ଯୌନ ଶୋଷଣ ଅଭିଯୋଗରେ ପ୍ରଜ୍ୱଳ ରେବନ୍ନା ଜେଡିଏସ୍ରୁ ନିଲମ୍ବିତ

ଯୌନ ଶୋଷଣ ଅଭିଯୋଗରେ ଜେଡି (ଏସ୍) ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ନାତି ପ୍ରଜ୍ୱଳ ରେବନ୍ନା ଙ୍କୁ ଦଳରୁ ନିଲମ୍ବିତ କରିଛି। ଦେବେଗୌଡ଼ାଙ୍କ ନାତି ତଥା ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କୁ ନିଲମ୍ବନ କରିବାକୁ ଜେଡି (ଏସ) ନିଷ୍ପତ୍ତି ନେଇଛି ବୋଲି ଦଳର ମୁଖପାତ୍ର ଏଚ୍ ଡି କୁମାରସ୍ୱାମୀ ସୋମବାର କହିଥିଲେ। ତାଙ୍କ ସହ ଜଡିତ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ଓ ଏହାକୁ ନେଇ ବିବାଦ ଉପୁଜିବା ପରେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
କଣ୍ଣାଟକର ହୁବଳିରେ ଜେଡିଏସ୍ର ଏକ କୋର୍ କମିଟି ବୈଠକ ବସିଥିଲା। ଏଥିରେ ପ୍ରଜ୍ଜ୍ୱଳ ରେବନ୍ନାଙ୍କୁ ଦଳରୁ ନିଲମ୍ବିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେପଟେ ଅଶ୍ଳୀଳ ଭିଡିଓ ମାମଲାରେ ପୁଲିସ ମଧ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି। ବର୍ତ୍ତମାନ ସେ ଦେଶ ବାହାରେ ଅଛନ୍ତି। କର୍ଣ୍ଣାଟକର ହସନ ସାଂସଦ ତଥା ଏନ୍ଡିଏର ପ୍ରାର୍ଥୀ ପ୍ରଜ୍ଜଳ ରେବନ୍ନାଙ୍କୁ ଗିରଫ କରିବା ପାଇଁ ଲୋକେ ଦାବି କରୁଛନ୍ତି। ଏନେଇ ରାସ୍ତା ଉପରକୁ ମଧ୍ୟ ଓହ୍ଲାଇ ଆସି ବିରୋଧ ପ୍ରଦର୍ଶନ କରିଛନ୍ତି।
କର୍ଣ୍ଣାଟକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଦୁଇ ଦିନ ପୂର୍ବରୁ ତାଙ୍କ ଅଶ୍ଳୀଳ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିବା ପରେ ପ୍ରଜ୍ୱଳ ଫେରାର ହୋଇଯାଇଛନ୍ତି।
Powered by Froala Editor