ବୋହୂର ପିଲା ହେଉନଥିଲା, ଶାଶୂ କରାଇଲା ଗଣଦୁଷ୍କର୍ମ

ଏକବିଂଶ ଶତାବ୍ଦୀରେ ବି ମଣିଷର ମାନସିକତା ବଦଳୁନି । ଦିନକୁ ଦିନ ଅପରାଧ ଆଡକୁ ମୁହାଁଉଛନ୍ତି ଲୋକେ । ଯାହାର ଉଦାହରଣ ରାଜସ୍ଥାନରେ ଦେଖିବାକୁ ମିଳିଛି । ଶାଶୂ ବୋହୂର ପିଲାପିଲି ନହେବାରୁ ଗଣଦୁଷ୍କର୍ମ କରାଇଛି ।
ସୂଚନାନୁଯାୟୀ, ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଜଣେ ୫୫ ବର୍ଷୀୟ ମହିଳା ସେହି ଗ୍ରାମର ରାମ ଏବଂ ପରମଜୀନଙ୍କ ସହ ଖରାପ ସଂପର୍କ ରଖୁଥିଲା । ଏହାର କିଛି ଦିନ ପରେ ତାଙ୍କ ପୁଅର ବିବାହ ହୋଇଥିଲା ଏବଂ ବିବାହର ୨ ବର୍ଷ ପରେ ମଧ୍ୟ ବୋହୂର କୌଣସି ସନ୍ତାନ ହୋଇନଥିଲା । ବୋହୂଙ୍କୁ ଶାଶୁଙ୍କର ଏହି ଅନୈତିକ ସଂପର୍କ ବିଷୟରେ ଜଣାଥିଲା । ହେଲେ ତାଙ୍କ ଶାଶୁ ତାଙ୍କୁ ଧମକ ଦେଇଥିଲେ ଯେ, ଯଦି ପରିବାରର ଅନ୍ୟ ଲୋକଙ୍କୁ ଏହି ବିଷୟରେ କହିବ ତେବେ ପରିସ୍ଥିତି ଭୟଙ୍କର ହେବ ।
କିଛି ଦିନ ପୂର୍ବରୁ ଶାଶୁ ବୋହୂଙ୍କ ମଧ୍ୟରେ ପିଲାପିଲିକୁ ନେଇ ଝଗଡ଼ା ହୋଇଥିଲା । ଏହାପରେ ଶାଶୁ ବୋହୂକୁ କହିଥିଲା ଯେ, ମୁଁ ତୋର ଚିକିତ୍ସା ନିଜେ କରିବି । ଏହାପରେ ଶାଶୂ ଦୁଇଜଣଙ୍କୁ ଘରକୁ ଡକାଇଲା, ପରେ ବହୁକୁ ସେହି ରୁମକୁ ପଠାଇଦେଲା । ଏହାପରେ ଶାଶୂ ନିଜେ ବାହାରେ ଜଗି ବସିଲା । ଏହି ଘଟଣା ପରେ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ଏହାପରେ ସେ ବୋହୂକୁ ଧମକାଇଥିଲା ଯେ, ଯଦି ଏହି ବିଷୟରେ ସେ କାହାକୁ କୁହନ୍ତି ତେବେ ତାଙ୍କ ସ୍ୱାମୀକୁ ସେ ହତ୍ୟା କରିଦେବେ । ସ୍ୱାମୀ କାମରୁ ଫେରିବା ପରେ ବୋହୂ ଏହି ବିଷୟରେ ତାଙ୍କ ସ୍ୱାମୀଙ୍କୁ କହିଥିଲେ । ଏହାପରେ ସେହି ଦୁଇଜଣ ଏବଂ ଶାଶୁଙ୍କ ନାମରେ ଥାନାରେ ଅଭିଯୋଗ କରାଯାଇଛି ।
Powered by Froala Editor