ବିବାହରେ ୪ ଦିନ ପରେ ୨୩ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ
ଜଣେ ୨୩ ବର୍ଷୀୟ ଯୁବତୀଙ୍କ ବିବାହର ୪ ଦିନ ପରେ ମୃତ୍ୟୁ ଘଟିଛି । ହସଖୁସିରେ ବିବାହ ସରିଥିବାବେଳେ ୪ ଦିନ ପରେ ଉଭୟ ପୁଅ ଓ ଝିଅ ଘରେ ଶୋକର ବାତାବରଣ ଖେଳିଯାଇଛି । ୟୁପିର ଝାନ୍ସୀରେ ଏ ଘଟଣା ଘଟିଥିବାବେଳେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ଫୁସଫୁସରେ ପାଣି ଜମିଥିବାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ସାମ୍ନାକୁ ଆସିଛି। ବର୍ତ୍ତମାନ, ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି | ମୃତକଙ୍କ ନାମ ମମତା କୁଶବାହ(୨୩) ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ମମତାଙ୍କ ବିବାହ ସୁରେନ୍ଦ୍ର କୁଶବାହଙ୍କ ସହିତ ହୋଇଥିଲା। ଏପ୍ରିଲ ୨୩ରେ ବିବାହ ହେବା ପରେ ୨୪ରେ ସେ ଶାଶୁ ଘରକୁ ଚାଲି ଯାଇଥିଲେ। ୨୬ଏପ୍ରିଲରେ କମ ଖାଦ୍ୟ ଖାଉଥିବାରୁ ତାଙ୍କ ନଜର ଉତ୍ତାରି ଥିଲେ ଶାଶୁଘର ଲୋକେ। ହେଲେ ଏପ୍ରିଲ ୨୭ରେ ଗାଧୁଆ ଘରକୁ ଯାଇଥିବା ମମତା ଆଉ ବାହାରକୁ ଆସିନଥିଲେ। କବାଟ ଭାଙ୍ଗି ଶାଶୁ ଘର ଲୋକେ ଭିତରକୁ ଯିବା ପରେ ଭିତରେ ସେ ଅଚେତ୍ ପଡ଼ିଥିବା ଦେଖାଯାଇଥିଲା। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor