ଆମେରିକାର ପ୍ରଥମ ରାଷ୍ଟ୍ରପତିଙ୍କ ଘରୁ ମିଳିଲା ୨୫୦ ବର୍ଷ ପୁରୁଣା ଚେରୀ ବୋତଲ
ଆମେରିକାର ପ୍ରଥମ ରାଷ୍ଟ୍ରପତି ଜଜ୍ ଓ୍ବାଶିଂଟନ୍ଙ୍କ ମାଉଣ୍ଟ ବର୍ଣ୍ଣନ୍ ସ୍ଥିତ ଘରୁ ମିଳିଛି ୨୫୦ ବର୍ଷ ପୁରୁଣା ବୋତଲ । ବୋତଲଟିକୁ ଗାତରୁ ଉଦ୍ଧାର କରାଯାଇଛି । ବୋତଲରେ ଚେରୀ ସଂରକ୍ଷିତ ହୋଇ ରହିଥିଲା । ଯାହା ୨ଶହ ବର୍ଷରୁ ଅଧିକ ହୋଇଥିବା କୁହାଯାଉଛି ।
ଅନୁସନ୍ଧାନକାରୀଙ୍କ ଅନୁଯାୟୀ ଏହାକୁ ପ୍ରାୟ ୧୭୭୦ ମସିହାରେ ପୋତା ଯାଇଥିଲା । ଏହି ବୋତଲ ଇଟା ତଳେ ତଳେ ପୋତି ହୋଇ ରହିଥିଲା । ବୋତଲଟି ୨ ଶତାବ୍ଦୀ ଧରି ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ନଥିଲା। ମାଉଣ୍ଟ ବର୍ଣ୍ଣନ୍ର ମୁଖ୍ୟ ପ୍ରତ୍ନତତ୍ତ୍ୱବିତ୍ ଜେସନ୍ ବୋରୋସ୍କଙ୍କ ଅନୁଯାୟୀ ଏହି ବୋତଲରେ ୨୫୦ ବର୍ଷର ପୁରୁଣା ଚେରୀ ରହିଥିଲା । ଏହି ବୋତଲ ଖୋଲିବା ପରେ ଏଥିରୁ ବାହାରିଥିବା ତରଳ ପଦାର୍ଥ ଚେରୀ ପରି ଗନ୍ଧ ଆସୁଥିଲା । ଏହି ପାନୀୟ ପଦାର୍ଥ, ମସଲା, ଚିନି ଏବଂ ଚେରି ରସରୁ ପ୍ରସ୍ତୁତ ହୋଇଥିବ। ଏହି ବୋତଲକୁ ଉଦ୍ଧାର କରାଯିବା ପରେ ଅତି ସାବଧାନତା ସହିତ ମାଉଣ୍ଟ ବର୍ଣ୍ଣନ୍ର ପ୍ରତ୍ନତାତ୍ତ୍ୱିକ ଲାବରେଟୋରୀକୁ ନିଆଯାଇଛି ।
Powered by Froala Editor