ମଣିପୁରର ୬ ବୁଥରେ ସାନି ମତଦାନ ହେବ ୩୦ରେ
ଇମ୍ଫାଲ:ଦ୍ବିତୀୟ ପର୍ୟ୍ୟାୟ ଲୋକସଭା ନିର୍ବାଚନ ସମୟରେ ପୁଣି ହିଂସାକାଣ୍ଡ ଘଟିବାରୁ ୬ଟି ବୁଥରେ ମତଦାନ ବ୍ୟାଘାତ ହୋଇଥିଲା । ଏହିସବୁ ବୁଥରେ ଆସନ୍ତା ଏପ୍ରିଲ ୩୦ ତାରିଖରେ ହେବ ସାନି ମତଦାନ । ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ଭୋଟ ଗ୍ରହଣ ହେବ । ଏନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ହିଂସା ଯୋଗୁଁ ବୁଥରେ ହୋଇଥିବା ମତଦାନକୁ ନାକଚ କରିଦିଆଯାଇଛି । ଏପ୍ରିଲ ୨୬ ତାରିଖରେ ଦ୍ବିତୀୟ ପର୍ୟ୍ୟାୟରେ ଆଉଟର ମଣିପୁର ଲୋକସଭା ଆସନରେ ମତଦାନ ହୋଇଥିଲା ।
ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ଯେ, ମଣିପୁରର ୬ଟି ମତଦାନ କେନ୍ଦ୍ରରେ ଆସନ୍ତା ୩୦ ତାରିଖରେ ସାନି ମତଦାନ ଅନୁଷ୍ଠିତ ହେବ । ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ମତଦାନ ଜାରି ରହିବ । ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଦୀପ କୁମାର ଝା ମତଦାନ କେନ୍ଦ୍ରରେ ପହଞ୍ଚି ବିପୁଳ ମାତ୍ରାରେ ଭୋଟ ଦେବାକୁ ମତଦାତାଙ୍କୁ ଅପିଲ କରିଛନ୍ତି । ଏପ୍ରିଲ ୧୯ ତାରିଖ ପ୍ରଥମ ପର୍ୟ୍ୟାୟ ଲୋକସଭା ନିର୍ବାଚନରେ ଆଭ୍ୟନ୍ତରୀଣ ମଣିପୁର ଆସନରେ ମତଦାନ ହୋଇଥିଲା ।
ଶାଙ୍ଗଶକ୍ ଏ, ଉକ୍ରୁଲ (ଏ), ଉକ୍ରୁଲ (ଊ୧), ଉକ୍ରୁଲ (ୠ), ଚିଙ୍ଗାଇ ଓ ଓଇନାମ ବୁଥରେ ଆସନ୍ତା ମଙ୍ଗଳବାର ସାନି ମତଦାନ ଅନୁଷ୍ଠିତ ହେବ । ହିଂସା ଯୋଗୁଁ ଏହି ବୁଥଗୁଡିକରେ ଦ୍ବିତୀୟ ପର୍ୟ୍ୟାୟ ଲୋକସଭା ନିର୍ବାଚନରେ ମତଦାନ ବ୍ୟାଘାତ ହୋଇଥିଲା ।
Powered by Froala Editor