ବଜ୍ରାଘାତରେ ଚାଲିଗଲା ମାଆପୁଅଙ୍କ ଜୀବନ
କେନ୍ଦ୍ରାପଡ଼ା : ବଜ୍ରାଘାତରେ ମାଆପୁଅଙ୍କ ମୃତ୍ୟୁ। ଏପରି ହୃଦୟବିଦାରକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ଜହ୍ନିମୂଳ ଗାଁରେ ଘଟିଛି। ବିଲରେ ମୁଗ ଉପାଡୁ ଥିବାବେଳେ ବଜ୍ରାଘାତରେ ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଗରମ ସତ୍ତ୍ୱେ ଚାଷ ଜମିକୁ ମୁଗ ଉପାଡ଼ିବାକୁ ଯାଇଥିଲେ ଡେରାବିଶ ବ୍ଲକ ଜହ୍ନିମୂଳ ଗାଁର ଶଶିରେଖା ବାରିକ ଓ ତାଙ୍କ ପୁଅ ରବୀନ୍ଦ୍ର। ମୁଗ ଉପାଡୁଥିବା ବେଳେ ହଠାତ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ତା’ପରେ ବର୍ଷିବା ସହିତ ପ୍ରବଳ ଘଡ଼ଘଡ଼ି ମାରିଥିଲା। ଆଉ ସେହି ବଜ୍ରପାତରେ ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଥିଲା।
Powered by Froala Editor