ଅମାନତୁଲ୍ଲାଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନ୍
ଶନିବାର ଏଏପି ବିଧାୟକ ଅମାନତୁଲ୍ଲା ଖାନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ୱାକଫ ବୋର୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଅମାନତୁଲ୍ଲାଙ୍କୁ ୧୫,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ମିଳିଛି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବାରମ୍ବାର ସମନ ପରେ ମଧ୍ୟ ଏହି ଆପ୍ ବିଧାୟକ ହାଜର ହେଉନଥିଲେ। ଏହାପରେ କୋର୍ଟରେ ଏନେଇ ଏକ ଅଭିଯୋଗ ହୋଇଥିଲା। ପରେ କୋର୍ଟ ତାଙ୍କୁ ହାଜର ହେବାକୁ ସମନ କରିଥିଲେ। ବିଧାୟକଙ୍କୁ କୋର୍ଟରେ ହାଜର ହେବାକୁ ପଡିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ପାଳନ କରି ଆପ୍ ନେତା ହାଜର ହୋଇଥିଲେ। ଏହାପରେ ତାଙ୍କୁ ଜାମିନ ମିଳିଥିଲା।
୨୦୧୫ ଏବଂ ୨୦୨୦ ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଅମାନତୁଲ୍ଲା ଚହଲା ଆସନରୁ ନିର୍ବାଚନରେ ଜିତିଥିଲେ। ସେ ଅନେକ ସମୟରେ ବିବାଦରେ ରୁହନ୍ତି। ୨୦୧୮ରୁ ୨୦୨୨ ଭିତରେ ଦିଲ୍ଲୀ ଓ୍ୱାକଫ ବୋର୍ଡର ଅଧ୍ୟକ୍ଷ ଥିବା ବେଳେ ଅମାନତୁଲ୍ଲା ଖାନ୍ ବେଆଇନ୍ ନିଯୁକ୍ତି ମାଧ୍ୟମରେ ବିପୁଳ ଟଙ୍କା ସଂଗ୍ରହ କରିଥିଲେ। ତାଙ୍କ ସହଯୋଗୀଙ୍କ ନାମରେ ଅସ୍ଥାବର ସମ୍ପତ୍ତି କ୍ରୟ କରିବାରେ ଏହି ଅର୍ଥ ବ୍ୟବହାର କରିଥିଲେ। ଏହି ମାମଲାରେ ସିବିଆଇ ଏକ ଏଫ୍ଆଇଆର୍ ଦାଖଲ କରିଥିଲା। ଏହାକୁ ଆଧାର କରି ଇଡି ଅମାନତୁଲ୍ଲାଙ୍କ ଜଡିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।
Powered by Froala Editor