କରୋନା ଜନିତ ମୃତ୍ୟୁର ସମୀକ୍ଷା ପାଇଁ ଉଚ୍ଚନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ଦାୟର
କଟକ: ରାଜ୍ୟରେ କରୋନା ସଂକ୍ରମଣ ଜନିତ ମୃତ୍ୟୁର ସ୍ବତନ୍ତ୍ର ସମୀକ୍ଷା ପାଇଁ ଉଚ୍ଚନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ପକ୍ଷରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି ଯେ କରୋନା ମୃତ୍ୟୁ ସଂଖ୍ୟା ନେଇ ରାଜ୍ୟ ସରକାର ଓ ଜିଲା ପ୍ରଶାସନର ତଥ୍ୟରେ ତାଳମେଳ ରହୁ ନାହିଁ। ନିକଟରେ ନୟାଗଡ଼ ଜିଲାରେ ଏପରି ଘଟଣାକୁ ନେଇ ଖବର ପ୍ରକାଶ ପାଇଥିଲା। ଦ୍ବିତୀୟ ଲହରୀରେ ନୟାଗଡ଼ ଜିଲାରେ ୯୬ଜଣ କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥ୍ୟ ଦେଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ତଥ୍ୟ ପ୍ରକାଶ ପାଇଥିଲା ସେଥିରେ ମୃତ୍ୟୁ ସଂଖ୍ୟା ବହୁତ କମ୍ ବୋଲି ଦର୍ଶାଯାଇଥିଲା। ସେହିଭଳି ଭାବେ ବିଭାଗୀୟ ଟୁଇଟର ହ୍ୟାଣ୍ଡେଲରେ ଦିଆଯାଉଥିବା ତଥ୍ୟକୁ ନେଇ ସ୍ବାସ୍ଥ୍ୟସେବା ନିର୍ଦେଶକ ଦେଇଥିବା ବୟାନରୁ ପ୍ରକୃତ ମୃତ୍ୟୁ ସଂଖ୍ୟା ପ୍ରକାଶ ପାଉନାହିଁ ବୋଲି ସ୍ପଷ୍ଟ ହୋଇଛି।
Powered by Froala Editor