ପ୍ରତାପ ନୁହେଁ, କନ୍ନୌଜରୁ ଲଢିବେ ଅଖିଳେଶ
ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ ଲୋକସଭା ନିର୍ବାଚନ ଲଢ଼ିବେ। ସେ ଉତ୍ତର ପ୍ରଦେଶ କନୌଜ ଆସନରୁ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଏହି ଆସନରୁ ଅଖିଲେଶ ପୂର୍ବରୁ ୩ଥର ଜିତିଥିଲେ। ସେହିପରି ତାଙ୍କ ପତ୍ନୀ ଡିମ୍ପଲ ଓ ବାପା ମୁଲାୟମ ସିଂହ ଯାଦବ ମଧ୍ୟ ଏହି ଆସନରୁ ଜିତିଥିଲେ।
୨୦୧୯ରେ ଅଖିଲେଶ ଆଜମଗଡ଼ ଲୋକସଭା ଆସନରେ ଜିତିଥିଲେ। କିନ୍ତୁ ୨୦୨୨ ବିଧାନସଭା ନିର୍ବାଚନରେ ସେ କର୍ହାଲ ଆସନରୁ ଜିତିବା ପରେ ସାଂସଦ ପଦରୁ ଇସ୍ତଫା ଦେଇଥିଲେ। କନୌଜ ଆସନରେ ନିର୍ବାଚନ ଲଢ଼ିବା ପାଇଁ ପ୍ରଥମେ ସପା ଅଖିଲେଶଙ୍କ ପୁତୁରା ତେଜ ପ୍ରତାପ ସିଂହ ଯାଦବଙ୍କୁ ଟିକେଟ ଦେଇଥିଲା। ଗତ ସପ୍ତାହରେ ହିଁ ତାଙ୍କ ନାଁ ଘୋଷଣା ହୋଇଥିଲା। ଏବେ ଅଖିଲେଶ ଏଠାରୁ ଲଢ଼ିବାକୁ ଥିବାରୁ ତେଜ ପ୍ରତାପ ଆଉ ନାମାଙ୍କନ ଦାଖଲ କରିବେ ନାହିଁ।
କନୌଜ ଯାଦବ ପରିବାର ଗଡ଼ ଓ ପାରିବାରିକ ସିଟ୍। ତେଣୁ ସପା କର୍ମୀମାନେ ଅଖିଲେଶଙ୍କୁ ଏଠାରୁ ଲଢ଼ିବାକୁ ଦାବି କରିଥିଲେ। ସେମାନଙ୍କ ଦାବିକୁ ସମ୍ମାନ ଜଣାଇ ଅଖିଲେଶ କନୌଜ ଆସନରୁ ପ୍ରାର୍ଥୀ ହେବାକୁ ନିଷ୍ପତ୍ତି ନେଇଛନ୍ତି।
Powered by Froala Editor