JDU ନେତା ସୌରଭ କୁମାରଙ୍କୁ ଗୁଳି କରି ହତ୍ୟା
ବିହାରରେ JDU ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଜେଡିୟୁ ନେତା ସୌରଭ କୁମାର ବୋଲି ଜଣାପଡିଛି। ରାଜଧାନୀ ପାଟନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ପରେ ଉତ୍ତେଜନା ପ୍ରକାଶ ପାଇଛି। ଗୁରୁବାର ସକାଳେ ଏହି ଘଟଣା ପରେ ଲୋକମାନେ ପାଟନା-ପୁନପୁନ ରାସ୍ତା ଅବରୋଧ କରି ହଙ୍ଗାମା ସୃଷ୍ଟି କରିଛନ୍ତି।
ସୂଚନା ଅନୁସାରେ, ସୌରଭ କୁମାର ଓ ତାଙ୍କ ବନ୍ଧୁ ପାର୍ସର ବଜାରରୁ ଘରକୁ ଫେରୁଥିଲେ। ଏହି ସମୟରେ ଦୁଇଟି ବାଇକରେ ୪ ଜଣ ଆସି ସେମାନଙ୍କ ଉପରକୁ ଅତର୍କିତ ଗୁଳି ମାଡ଼ କରିଥିଲେ। ଅତି ନିକଟରୁ ସୌରଭଙ୍କ ମୁଣ୍ଡକୁ ଦୁଇ ରାଉଣ୍ଡ ଗୁଳି କରିଥିଲେ ଦୁର୍ବୃତ୍ତ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ସେପଟେ ଗୁରୁତର ଅବସ୍ଥାରେ ସୌରଭଙ୍କ ବନ୍ଧୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ତାଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
Powered by Froala Editor