‘ହେଲଥ ଡ୍ରିଙ୍କ୍’ରୁ ‘ଫଙ୍କସନାଲ ନ୍ୟୁଟ୍ରିସନାଲ ଡ୍ରିଙ୍କ୍’ ହେଲା ‘ହର୍ଲିକ୍ସ’
ହର୍ଲିକ୍ସକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ (ଏଚୟୁଏଲ) ହର୍ଲିକ୍ସର ‘ହେଲଥ ଡ୍ରିଙ୍କ୍ସ’ ବର୍ଗକୁ ବଦଳାଇ ପୁଣିଥରେ ନାମିତ କରିଛି। ପରିବର୍ତ୍ତିତ ନାମ ଅନୁଯାୟୀ ହର୍ଲିକ୍ସ ହେଉଛି ‘ଫଙ୍କସନାଲ ନ୍ୟୁଟ୍ରିସନାଲ ଡ୍ରିଙ୍କ୍ସ’ (ଏଫଏନଡି) । ଏଥିସହ ହର୍ଲିକ୍ସରୁ ‘ହେଲଥ’ ଲେବଲକୁ ବି କମ୍ପାନି ହଟାଇ ଦେଇଛି।
ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ଇ-କମର୍ସ ପ୍ଲାଟଫର୍ମକୁ 'ହେଲ୍ଦି ଡ୍ରିଙ୍କ୍ସ' ବର୍ଗରୁ ପାନୀୟ ପ୍ରଡକ୍ଟକୁ ହଟାଇବା ପାଇଁ କହିବା ପରେ କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଖାଦ୍ୟ ନିରାପତ୍ତା ଏବଂ ମାନକ ଅଧିନିୟମ ୨୦୦୬ ଅନୁଯାୟୀ ପାନୀୟ ପ୍ରଡକ୍ଟରୁ ହେଲଥ ଡ୍ରିଙ୍କ୍ ହଟାଇବାକୁ କୁହାଯାଇଥିଲା। କାରଣ ବୋର୍ନଭିଟା ଏବଂ ହର୍ଲିକ୍ସ ପରି ପାନୀୟରେ ଅଧିକ ଚିନି ସ୍ତର ଥିବା ସୋଶାଲ ମିଡିଆ ଇନଫ୍ଲୁଏନ୍ସର ଫୁଡ୍ ଫାର୍ମ ଅଭିଯୋଗ କରିଥିଲା।
ଏହା ପରେ, ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (NCPCR) ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI)କୁ ନମୂନା ପରୀକ୍ଷା କରିବାକୁ କୁହାଯାଇଥିଲା। ପରୀକ୍ଷଣରୁ ଶର୍କରା ସ୍ତର ଅଧିକ ଥିବା ଜଣା ପଡିବା ପରେ ହେଲଥ ଡ୍ରିଙ୍କ୍ସ ହଟାଇବାକୁ ନିର୍ଦ୍ଦେଶ ଦିଆଯଇଥିଲା।
Powered by Froala Editor