ଜେଡିୟୁ ନେତାଙ୍କୁ ଗୁଳିକରି ହତ୍ୟା
ପାଟନା: ନିର୍ବାଚନର ଦିନକ ପୂର୍ବରୁ ବିଚ୍ ରାସ୍ତାରେ ଜେଡିୟୁ ନେତାଙ୍କୁ ଗୁଳିକରି ହତ୍ୟା । ବାଇକରେ ଆସି ଦୁଇ ଜଣଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ । ଏଥିରେ ଜଣେ ଯୁବନେତାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣ ଗୁରୁତର ଆହତ ହୋଇଛନ୍ତି ।ବୁଧବାର ବିଳମ୍ବିତ ରାତିରେ ବିହାର ରାଜଧାନୀ ପାଟନାରେ ଏଭଳି ଘଟଣା ଘଟିଛି । ବିହାରରେ ଆସନ୍ତାକାଲି ଦ୍ବିତୀୟ ପର୍ୟ୍ୟାୟ ଲୋକସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ଏଭଳି ହତ୍ୟାକାଣ୍ଡ ଚାରିଆଡେ ଆଲୋଡନ ସୃଷ୍ଟି କରିଛି । ମୃତ ଜେଡିୟୁ ନେତା ହେଲେ ସୌରଭ କୁମାର ।
ପୋଲିସର ସୂଚନା ମୁତାବକ, କାଲି ରାତିରେ ସୌରଭ କୁମାର ନିଜ ସାଙ୍ଗ ସହ ଏକ ବିବାହ ରିସେପସନରେ ଯୋଗ ଦେଇ ଫେରୁଥିଲେ । ବାଟରେ ଚାରି ଜଣ ଅଜ୍ଞାତ ଦୁର୍ବୃତ୍ତ ବାଇକରେ ଆସି ଦୁହିଁଙ୍କ ଉପରେ ଅତର୍କିତ ଗୁଳିମାଡ କରିଥିଲେ । ସୌରଭଙ୍କ ଦେହରେ ୫ଟି ଗୁଳି ବାଜିଥିଲା ଏବଂ ଏଥିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କ ସହ ଥିବା ସାଙ୍ଗ ମୁନମୁନ କୁମାରଙ୍କ ଦେହରେ ବି ୩ଟି ଗୁଳି ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Powered by Froala Editor