ବିଜେଡିରୁ ଇସ୍ତଫା ଦେଲେ ରାସେଶ୍ୱରୀ ପାଣିଗ୍ରାହୀ
ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଇଛନ୍ତି ସମ୍ବଲପୁରର ପୂର୍ବତନ ବିଧାୟିକା ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ସଭାପତିଙ୍କ ପାଖକୁ ପଠାଇଛନ୍ତି ଇସ୍ତଫା ପତ୍ର। ତେବେ ବିଜେଡି ଛାଡିବା ପଛର କୌଣସି ନିର୍ଦ୍ଦିଷ୍ଟ କାରଣ ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିନାହାଁନ୍ତି। ହେଲେ ଗଣମାଧ୍ୟମରେ ସେ କହିଛନ୍ତି ଯେ ସମ୍ବଲପୁରର ସ୍ୱାଭିମାନ ଏବଂ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଁ ଦଳ ଛାଡିଛି।
କୁହାଯାଉଛି ଚଳିତ ଥର ଟିକେଟ ଆଶାୟୀ ଥିଲେ ରାସେଶ୍ୱରୀ। ହେଲେ ଦଳ ତାଙ୍କୁ ଟିକେଟ ନଦେବାରୁ ସେ ଅସନ୍ତୁଷ୍ଟ ପ୍ରକାଶ କରି ଇସ୍ତଫା ଦେଇଛନ୍ତି। ସମ୍ବଲପୁରରେ ବିଜେଡି ପକ୍ଷରୁ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଛି।
Powered by Froala Editor