ଗୁଜରାଟ ଇତିହାସରେ ପ୍ରଥମ : ବିନା ଭୋଟ୍ ଗ୍ରହଣରେ ଜିତିଗଲେ ସୁରତ ଲୋକସଭା ପ୍ରାର୍ଥୀ
ଦେଶରେ ଲୋକସଭା ନିର୍ବାଚନ ଆରମ୍ଭ ହୋଇଛି । ପ୍ରାର୍ଥୀମାନେ ପ୍ରଚାର ଜାରି ରଖିଛନ୍ତି । ଡୋର୍ ଟୁ ଡୋର୍ ଜୋରଦାର ପ୍ରଚାର ଚାଲିଛି। ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିପଡିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ଏହାରି ମଧ୍ୟରେ ଏକ ରୋଚକ ଖବର ସାମ୍ନାକୁ ଆସିଛି । ନିର୍ବାଚନ ପୂର୍ବରୁ ହିଁ ଜିତିଯାଇଛି ବିଜେପି । ଗୁଜରାଟର ସୁରତ ଆସନରୁ ଛିଡ଼ା ହୋଇଥିବା ବିଜେପି ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।
ଗୁଜରାଟର ସୁରତ୍ ଲୋକସଭା ପ୍ରାର୍ଥୀ ମୁକେଶ ଦଲାଲ୍ ବିନା ଭୋଟ ଗ୍ରହଣରେ ନିର୍ବାଚିତ ହୋଇଛନ୍ତି । ବିପକ୍ଷରେ ଥିବା କଂଗ୍ରେସ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ବକୁ ନିର୍ବାଚନ କମିଶନ ନାକଚ କରିଦେବା ଏବଂ ଅନ୍ୟ ୮ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିନେବା ଫଳରେ ନିର୍ଦ୍ବନ୍ଦରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ମୁକେଶ ଦଲାଲ୍ ।
ସୁରଟ ଇତିହାସରେ ଦଲାଲ ହେଉଛନ୍ତି ପ୍ରଥମ ସାଂସଦ ଯିଏ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ନିଲେଶ କୁମ୍ଭାନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଅପଡେଟ୍ ସାମ୍ନାକୁ ଆସିନାହିଁ। ଏଭଳି ସ୍ଥିତିରେ ନାମାଙ୍କନ ପତ୍ର ପ୍ରତ୍ୟାହାର ର ଶେଷ ତାରିଖ ସରିବା ପରେ ମୁକେଶ ଦଲାଲ ବିଜୟୀ ହୋଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ସୁରତ୍ରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ନିଲେଶ କୁମ୍ଭାନୀ ନିର୍ବାଚନ ଅଧିକାରୀଙ୍କ ନିକଟରେ ୩ ଜଣ ପ୍ରସ୍ତାବକ ଦେବାକୁ ବି ଅକ୍ଷମ ହୋଇଥିଲେ । ଯାହା ଫଳରେ ତାଙ୍କର ନାମାଙ୍କନ ପତ୍ରକୁ ନାକଚ କରିଦେଇଥିଲେ ନିର୍ବାଚନ ଅଧିକାରୀ । ଫଳରେ ସୁରତ୍ରେ ବିନା ପ୍ରତିଦ୍ବନ୍ଦୀରେ ବିଜେପି ବିଜୟୀ ହେବା ସହିତ ୨୦୨୪ ଲୋକସଭା ନିର୍ବାଚନରେ ଖାତା ଖୋଲିଛି ।
Powered by Froala Editor