୩୦ ସପ୍ତାହର ନାବାଳିକା ଗର୍ଭବତୀଙ୍କୁ ମିଳିଲା ଗର୍ଭପାତ ଅନୁମତି
ବଳାତ୍କାର ଶିକାର ହୋଇଥିବା ୧୪ ବର୍ଷ ବୟସ୍କା ନାବାଳିକାଙ୍କୁ ୩୦ ସପ୍ତାହ ଭୃଣ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି।
ଏହା ଏକ ଦୁଷ୍କର୍ମ ମାମଲା। ଏଥିସହ ପୀଡିତାଙ୍କ ବୟସ ମାତ୍ର ୧୪ ବର୍ଷ। ଏଭଳି ଅସାଧାରଣ ମାମଲାକୁ ଦେଖି ତାଙ୍କୁ ତାଙ୍କର ଗର୍ଭପାତ କରିବାକୁ ଅନୁମତି ଦିଆଯାଉଛି ବୋଲି ପ୍ରଧାନ ବିଚାରପ୍ରତି ଡି ଓ୍ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି। ସିଜେଆଇଙ୍କ ନେତୃତ୍ୱାଧୀନ ବେଞ୍ଚ ମେଡିକାଲ ରିପୋର୍ଟ ଦେଖିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି।
ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହା ଏକ ‘ବ୍ୟତିକ୍ରମ ମାମଲା’ ବୋଲି ଡାକ୍ତରଖାନା ରିପୋର୍ଟ ଆଧାରରେ ଗର୍ଭପାତକୁ ଅନୁମତି ଦେଇଛନ୍ତି। ପ୍ରଧାନ ବିଚାରପତି ନେତୃତ୍ୱାଧୀନ ବେଞ୍ଚ କହିଛନ୍ତି ଯେ ଏହି ପର୍ଯ୍ୟାୟରେ ଗର୍ଭପାତ କରାଇବାରେ କିଛି ବିପଦ ଥିବାବେଳେ ମେଡିକାଲ ବୋର୍ଡ ମତ ଦେଇଛି ଯେ ଜୀବନ ପ୍ରତି ବିପଦ ପୂର୍ଣ୍ଣକାଳୀନ ପ୍ରସବ ଆଶଙ୍କାଠାରୁ ଅଧିକ ନୁହେଁ।
ପଞ୍ଜୀକୃତ ଡାକ୍ତରୀ ଚିକିତ୍ସକଙ୍କ ମତରେ ୨୦ ସପ୍ତାହ ପର୍ଯ୍ୟନ୍ତ ଏବଂ କେତେକ କ୍ଷେତ୍ରରେ ୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭଧାରଣର ଗର୍ଭପାତର ଚିକିତ୍ସା ବନ୍ଦ କରିବାକୁ ଭାରତୀୟ ନିୟମ ଅନୁମତି ଦେଇଥାଏ।
ଏପ୍ରିଲ ୪ ରେ ବମ୍ବେ ହାଇକୋର୍ଟ ଗର୍ଭପାତକୁ ଅନୁମତି ଦେବାକୁ ମନା କରିବା ପରେ ନାବାଳିକାଙ୍କ ମା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ପ୍ରଧାନ ବିଚାରପତି ଏବଂ ଜଷ୍ଟିସ ଜେ.ବି ପାରଦୀୱାଲାଙ୍କୁ ନେଇ ଏକ ସର୍ବୋଚ୍ଚ ଅଦାଲତର ବେଞ୍ଚ ଗତ ଶୁକ୍ରବାର ଦିନ ଏହି ମାମଲାରେ ଏକ ଜରୁରୀ ଶୁଣାଣି କରିଥିଲା।
Powered by Froala Editor