ଡିପ୍ ଫେକ୍ ଭିଡିଓ ଭାଇରାଲ ନେଇ ସାଇବର ସେଲ୍ ଗଲେ ରଣବୀର

ନିକଟରେ ରଣବୀର ସିଂହଙ୍କ ଡିପ୍ ଫେକ୍ ଭିଡିଓ ସାମ୍ନାକୁ ଆସିଛି। ଏହି ନକଲି ଭିଡିଓରେ ରଣବୀର ଦେଶର ମହଙ୍ଗା ସ୍ଥିତି ଓ ବେରୋଜଗାରୀ ନେଇ ମୋଦୀ ସରକାରଙ୍କୁ ନିନ୍ଦା କରୁଥିବାର ଦେଖିବାକୁ ମଳିଥିଲା। ହେଲେ ଅଭିନେତା ଏକଥା ଜାଣିବା ପରେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଚିନ୍ତା ବ୍ୟକ୍ତ କରିଥିଲେ। ଏବେ ରଣବୀର ଭିଡିଓ ନେଇ ମୁମ୍ବାଇ ପୁଲିସର ସାଇବର କ୍ରାଇମ୍ ସେଲ୍ ରେ ଅଭିଯୋଗ କରିଛନ୍ତି।
ନିକଟରେ ରଣବୀର ବାରାଣସୀରେ ଡିଜାଇନର ମନୀଷ ମଲହୋତ୍ରାଙ୍କ ପାଇଁ ରାମ୍ପରେ ଚାଲିଥିଲେ। ତାଙ୍କ ସହ କ୍ରୃତି ସାନନ ମଧ୍ୟ ରାମ୍ପ ୱାକ୍ କରିଥିଲେ। ଏହାପରେ ରଣବୀରଙ୍କର ନକଲି ଭିଡିଓ ଭାଇରାଲ୍ ହୋଇଥିଲେ। AI ଦ୍ୱାରା ନିର୍ମିତ ଡିପ୍ ଫେକ୍ ଭିଡିଓରେ ରଣବୀର ତାଙ୍କର ରାଜନୈତିକ ମତ ପ୍ରକାଶ କରୁଥିବା ଦେଖିବାକୁ ମିଳେ। ଯେଉଁଥିରେ ସେ ମୋଦୀ ସରକାରଙ୍କର ସମାଲୋଚନା କରୁଥିବାର ଦେଖାଯାଉଛି।
ନକଲି ଭିଡିଓ ଭାଇରାଲ୍ ହେଲା ପରେ ରଣବୀର ଏହାକୁ ଡିପ୍ ଫେକ୍ ଭିଡିଓ ବୋଲି କହିଥିଲେ। ଏଥିରୁ ଦୂରେଇ ରହିବାକୁ ସେ ୟୁଜରଙ୍କୁ ସଚେତନ କରାଇଥିଲେ।
Powered by Froala Editor