୫ ବର୍ଷ ନିଷ୍ଠାର ସହ କାମ କରି ବି ଦଳ ମୋ ପ୍ରତି ବିଚାର କଲାନି: ସୁନନ୍ଦା ଦାସ
ଭୁବନେଶ୍ୱର: ବିଜୁ ଜନତା ପକ୍ଷରୁ ସୋମବାର ବାକି ଥିବା ୧୨ ବିଧାନସଭା ଆସନରୁ ୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ତେବେ ଆଜି ଘୋଷଣା ହୋଇଥିବା ୬ଟି ଆସନରୁ ବରୀ ପାଇଁ ଟିକେଟ ଘୋଷଣା ହୋଇଛି । ଏଠାରେ ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କୁ ଟିକେଟ ଦିଆନଯାଇ ବିଜେପି ଛାଡ଼ି ବିଜେଡିରେ ମିଶିଥିବା ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଦଳ ଟିକେଟ ଦେଇଛି । ଯାହାକୁ ଦେଇ ସୁନନ୍ଦା ଦାସ ନିଜର ଅସନ୍ତୋଷ ଝାଡ଼ିଛନ୍ତି ।
ସେ କହିଛନ୍ତି ଯେ ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋର ରିପୋର୍ଡ କାର୍ଡ ଦେଖିଥାନ୍ତେ ଟିକେଟ କଟିନଥାନ୍ତା । ଏକାଧିକ ଚକ୍ରାନ୍ତକାରୀ ମିଶି ଏମିତି କଲେ, ତାଙ୍କ କଥା ଜଗନ୍ନାଥ ବୁଝିବେ । ରିପୋର୍ଟ ମୋ ସପକ୍ଷରେ ଥିଲା, ତେବେ ଟିକେଟ କାଟିବାକୁ ଚକ୍ରାନ୍ତକାରୀ ବାରମ୍ବାର ରିପୋର୍ଟ ଦେଲେ । ମୁଖ୍ୟମନ୍ତ୍ରୀ ଯଦି ମୋର ରିପୋର୍ଡ କାର୍ଡ ଦେଖିଥାନ୍ତେ ଟିକେଟ କଟିନଥାନ୍ତା । ମୋ ଟିକେଟ କାଟି ଜଣେ ଗୁଣ୍ଡା ଓ ବଦମାସଙ୍କୁ ଟିକେଟ ଦିଆଯାଇଛି । ତାଙ୍କ ଠାରୁ କ’ଣ ପାଇଥିବେ ବୋଲି ଟିକେଟ ଦେଇଛନ୍ତି । ଟିକେଟ କଟାଯିବ ବୋଲି ମୋତେ କେବେ ଡାକି ଆଲୋଚନା କରିନାହାନ୍ତି । ୫ ବର୍ଷ ନିଷ୍ଠାର ସହ କାମ କରି ବି ଦଳ ମୋ ପ୍ରତି ବିଚାର କଲାନି ।
Powered by Froala Editor