ଲାଲ୍ରୁ ଗେରୁଆ ହେଲା ‘ଦୂରଦର୍ଶନ’ ଲୋଗୋ : ବିରୋଧୀ କହିଲେ, ପ୍ରସାର ଭାରତୀ ନୁହେଁ ପ୍ରଚାର ଭାରତୀ
‘ଦୂରଦର୍ଶନ’ ଏହାର ଲୋଗୋର ରଙ୍ଗକୁ ନାଲିରୁ ଗେରୁଆ ପରିବର୍ତ୍ତନ କରି ବିରୋଧୀମାନଙ୍କର ସମାଲୋଚନାର ଶିକାର ହୋଇଛି। ନିକଟରେ ଏକ୍ସରେ ଏକ ନୂତନ ପ୍ରମୋସନାଲ୍ ଭିଡିଓ ସେୟାର ଡିଡି ଏହି ନୂଆ ଲୋଗୋ ବିଷୟରେ ସୂଚନା ଦେଇଛି। ଯାହାକୁ ସହଜରେ ଗ୍ରାହଣ କରିପାରୁନାହାନ୍ତି ଦର୍ଶକ।
ପୂର୍ବରୁ ଥିବା ଲାଲ୍ ରଙ୍ଗର ଲୋଗୋକୁ ବଦଳାଯାଇ ମଙ୍ଗଳବାର ଦୂରଦର୍ଶନ ଗେରୁଆ ରଙ୍ଗର ନୂଆ ଲୋଗୋ ଲଞ୍ଚ୍ କରିଥିଲା। ସରକାରୀ ପ୍ରସାରଣ ସଂସ୍ଥା ପ୍ରସାର ଭାରତୀ ଅଧୀନରେ ଥିବା ଡିଡି ନ୍ୟୁଜ୍ ଚ୍ୟାନେଲ୍ର ଗୈରିକୀକରଣ ହୋଇଥିବା ନେଇ ବିରୋଧୀ ଦଳ ଏବଂ ମିଡିଆ ବିଶେଷଜ୍ଞମାନେ ସମାଲୋଚନା କରିଛନ୍ତି।
ଏହା ଆଉ ପ୍ରସାର ଭାରତୀ ହୋଇ ରହିନାହିଁ, ପ୍ରଚାର ଭାରତୀରେ ପରିଣତ ହୋଇଛି ବୋଲି ଏହାର ପୂର୍ବତନ ସିଇଓ ଜଓ୍ବାହର ସିର୍କର ମନ୍ତବ୍ୟ ଦେଇଛନ୍ତି। ଗୈରିକ ରଙ୍ଗ ହିନ୍ଦୁତ୍ୱ ସହ ଜଡ଼ିତ ଏବଂ ଶାସକ ଭାଜପା ଏବଂ ଏହାର ମୂଳ ସଂଗଠନ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ହିନ୍ଦୁତ୍ୱକୁ ନିଜର ଆଦର୍ଶ ଭାବେ ଗ୍ରହଣ କରିଛନ୍ତି।
ଅନ୍ୟପକ୍ଷରେ ପ୍ରସାର ଭାରତୀର ବର୍ତ୍ତମାନର ସିଇଓ ଗୌରବ ଦ୍ୱିବେଦୀ ସମାଲୋଚନାକୁ ଖଣ୍ଡନ କରିଛନ୍ତି। ଲୋଗୋକୁ କମଳା ରଙ୍ଗ କରାଯାଇଛି। ଜି୨୦ ସମ୍ମିଳନୀ ଆୟୋଜନ ପୂର୍ବରୁ ଆମେ ଡିଡି ଇଣ୍ଡିଆ (ଇଂଲିଶ ନ୍ୟୁଜ୍ ଚ୍ୟାନେଲର ଲୋଗୋକୁ ବଦଳାଇଥିଲୁ ବୋଲି ଗୌରବ କହିଛନ୍ତି। ଗତ କିଛି ଦଶନ୍ଧି ମଧ୍ୟରେ ଲୋଗୋର ରଙ୍ଗକୁ ଏକାଧିକ ଥର ବଦଳାଯାଇଛି ଏବଂ ବିଭିନ୍ନ ରଙ୍ଗର ମିଶ୍ରଣକୁ ପରୀକ୍ଷାମୂଳକ ଭାବେ ନିଆଯାଇଛି।
ଡିଡି ପୋଷ୍ଟ୍ର କ୍ୟାପସନରେ ଲେଖାଯାଇଛି, “ଯଦିଓ ଆମର ମୂଲ୍ୟ ସମାନ ରହିଛି, ଆମେ ବର୍ତ୍ତମାନ ଏକ ନୂତନ ଅବତାରରେ ଉପଲବ୍ଧ। ପୂର୍ବ ପରି ଏକ ସମ୍ବାଦ ଯାତ୍ରା ପାଇଁ ପ୍ରସ୍ତୁତ ହୁଅନ୍ତୁ। ନୂଆ ଡିଡି ନିଉଜ୍କୁ ଅନୁଭବ କରନ୍ତୁ।’’
Powered by Froala Editor