ବିଟ୍ କଏନ୍ ମାମଲା : ରାଜ କୁନ୍ଦ୍ରାଙ୍କ ୯୮କୋଟିର ସମ୍ପତ୍ତି ଜବତ କଲା ଇଡି
ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କୁ ଲାଗିଛି ଶକ୍ତ ଝଟକା। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି। ଏହି ସମ୍ପତ୍ତିରେ ତାଙ୍କ ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ନାମରେ ମୁମ୍ବାଇର ଜୁହୁରେ ଥିବା ଏକ ଫ୍ଲାଟ୍ ମଧ୍ୟ ରହିଛି। ବିଟି କଏନ ପଞ୍ଜି ସ୍କାମରେ ଜଡ଼ିତ ଥିବା ରାଜଙ୍କ ବିରୋଧରେ ଏପରି ଆକ୍ସନ ନେଇଛି ଇଡି। ମହାରାଷ୍ଟ୍ର ପୋଲିସ ଏବଂ ଦିଲ୍ଲୀ ପୁଲିସ୍ ଦ୍ୱାରା ରୁଜୁ କରାଯାଇଥିବା ଏଫ୍ଆଇଆର୍ ଆଧାରରେ ଯାଞ୍ଚ ଆରମ୍ଭ ହୋଇଛି।
ପ୍ରଥମେ Variable Tech Private Limited ନାମକ ସଂସ୍ଥା ନାଁରେ ମହାରାଷ୍ଟ୍ର ପୁଲିସ୍ ଓ ଦିଲ୍ଲୀ ପୁଲିସ୍ ପକ୍ଷରୁ ମାମଲା ରୁଜୁ ହୋଇଥିଲା। ପରେ ଏହି ମାମଲାର ତଦନ୍ତ ଭାର ଇଡି ହାତକୁ ଚାଲି ଯାଇଥିଲା। ଏହି ମାମଲାରେ ପ୍ରଥମେ ସ୍ୱର୍ଗତ ଅମିତ ଭରଦ୍ୱାଜ, ଅଜୟ ଭରଦ୍ୱାଜ, ବିବେକ ଭରଦ୍ୱାଜ, ସିମ୍ପି ଭରଦ୍ୱାଜ, ମହେନ୍ଦ୍ର ଭରଦ୍ୱାଜ ପ୍ରମୁଖ ଅଭିଯୁକ୍ତ ଥିଲେ। ଅଧିକ ୧୦% ଟଙ୍କା ପ୍ରଦାନର ଲୋଭ ଦେଖାଇ ଅଭିଯୁକ୍ତମାନେ ସାଧାରଣ ଲୋକଙ୍କଠାରୁ ୨୦୧୭ ମସିହାରେ କେବଳ ୬,୬୦୦ କୋଟି ଟଙ୍କା ସଂଗ୍ରହ କରିଥିଲେ। ଏପରିକି ମାସକୁ ବିଟି କଏନ ଆକାରରେ ୧୦% ପ୍ରଦାନ କରାଯିବ ବୋଲି ବି କୁହାଯାଇଥିଲା। ଲୋକେ ମଧ୍ୟ ବିଟି କଏନ ପାଇବା ଆଶାରେ ବିପୁଳ ପରିମାଣର ଟଙ୍କା ଏଥିରେ ବିନିଯୋଗ କରିଥିଲେ। ମାତ୍ର ପରେ ଆଉ ସଂସ୍ଥା କର୍ମଚାରୀଙ୍କ ଦେଖା ମିଳି ନ ଥିଲା।
ଇଡି ଏହି ମାମଲାର ତଦନ୍ତ କରିବା ପରେ ମାଷ୍ଟର ମାଇଣ୍ଡ ଅମିତ ଭରଦ୍ୱାଜଙ୍କ ନିକଟରୁ ରାଜ କୁନ୍ଦ୍ରା ୨୮୫ ବିଟି କଏନ ପାଇଛି। ଏହାର ମୂଲ୍ୟ ୧୫୦ କୋଟି ଟଙ୍କା ହେବ ବୋଲି ଜଣାଯାଇଛି। ଏହା ବଦଳରେ ରାଜ କୁନ୍ଦ୍ରା ୟୁକ୍ରେନରେ ବିଟି କଏନ ନିର୍ମାଣ ନିମନ୍ତେ ଏକ ଫ୍ୟାକ୍ଟ୍ରି ସ୍ଥାପନ କରିବେ ବୋଲି ଡିଲ୍ ହୋଇଥିଲା। ମାତ୍ର ତାହା ଫଳପ୍ରଦ ହୋଇ ପାରି ନ ଥିଲା।
Powered by Froala Editor