ମଳଦ୍ୱାରରେ ଲୁଚାଇଥିଲେ କେଜିଏ ସୁନା
ଭୁବନେଶ୍ୱର ବିମାନବନ୍ଦରରୁ ଏକ କେଜି ସୁନା ଜବତ ହୋଇଛି। ବ୍ୟାଙ୍କକରୁ ଭୁବନେଶ୍ୱର ଆସି ଅବତରଣ କରିବା ପରେ ଜଣେ ଅଣ ଓଡ଼ିଆ ଯାତ୍ରୀଙ୍କ ଠାରୁ ଏହି ସୁନା ଜବତ କରିଛି କଷ୍ଟମ ବିଭାଗ।
ଚାଲାଣକାରୀ ଜଣକ ମହାରାଷ୍ଟ୍ରର ବାସିନ୍ଦା ବୋଲି ଜଣାପଡିଛି। ସେ ବ୍ୟାଙ୍କକ୍ରୁ ବିମାନ ଯୋଗେ ଆସି ମଙ୍ଗଳବାର ଅପରାହ୍ନରେ ଏଠାରେ ଓହ୍ଲାଇବା ପରେ ଧରାପଡ଼ିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ଜବତ ହୋଇଥିବା ସୁନା ମଧ୍ୟରେ ୩ଟି ସୁନା କ୍ୟାପସୁଲ ରହିଥିବାବେଳେ ତାହା ଅଭିଯୁକ୍ତଙ୍କ ମଳଦ୍ୱାରରୁ ବାହାରିଥିଲା। ଏଥିସହ ଆଉ ଏକ ସୁନା ମୁଦି ଓ ଘଣ୍ଟା ତଳେ ଲୁଚାଯାଇଥିବା ଏକ ସୁନା ଖଣ୍ଡ ରହିଛି।
ବ୍ୟକ୍ତି ଜଣଙ୍କ ଏକ କେଜି ସୁନାକୁ ଗୋଲି ଆକାରରେ ନିଜ ମଳଦ୍ୱାରରେ ଲୁଚାଇ ଆଣୁଥିଲେ। ଏପରିକି ମେଟାଲିକ ସ୍କାନରରେ ବ୍ୟକ୍ତି ଜଣଙ୍କ ସ୍କାନ ହୋଇଥିଲେ ମଧ୍ୟ ଧରାପଡ଼ି ନଥିଲେ। ତେବେ ଗୁଇନ୍ଦା ବିଭାଗ ଖବର ଅନୁସାରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କଷ୍ଟମ ଅଧିକାରୀ ଚେକିଂ କରିବା ସହ ଶୌଚାଳୟ ନେଇ ସେଠାରେ ଶୌଚ କରାଇବା ପରେ ସେଥିରୁ କେଜିଏ ସୁନା ବାହାରିଥିଲା।
Powered by Froala Editor