ସମୁଦ୍ର କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

କୋଣାର୍କ: କୋଣାର୍କ ଅସ୍ତରଙ୍ଗ ଥାନା ଗୁଣ୍ଡଳବା ସମୁଦ୍ର କୂଳରେ ଅଭାବନୀୟ ଘଟଣା ଘଟିଛି। ସମୁଦ୍ର କୂଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଅସ୍ତରଙ୍ଗ ଥାନା ଆଇଁଷିଣିଆ ଗାଁର ହୋଇଥିବା ସୂଚନା ମିଳିଛି। ଯୁବକ ଜଣକ ମଙ୍ଗଳବାର ସନ୍ଧ୍ୟାରୁ ଘରୁ କେଉଁଆଡେ ଯାଇ ଆଉ ଫେରିନଥିଲେ। ଘର ଲୋକ ବହୁ ଖୋଜାଖୋଜି ପରେ ବି ନିରାଶ ହୋଇଥିଲେ। ଆଜି ସମୁଦ୍ର କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଦେହରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor