ଔଷଧ ଦୋକାନରୁ ବାର୍ହା ଉଦ୍ଧାର
କେନ୍ଦୁଝର: କେନ୍ଦୁଝର ସହରରେ ମଙ୍ଗଳବାର ଦିନ ପ୍ରାୟ ୯ଟା ୩୦ ସମୟରେ ଜିଲା ଜଜ୍ କୋର୍ଟ ସମ୍ମୁଖରେ ଖୋଲାଥିବା ଏକ ଔଷଧ ଦୋକାନରେ ଗୋଟିଏ ଜଙ୍ଗଲୀ ବାର୍ହା ହଠାତ ପଶି ଯାଇଥିଲା। ଦୋକାନୀ ଭୟଭୀତ ହୋଇ ବାହାରକୁ ଚାଲି ଆସି କବାଟ ବନ୍ଦ କରି ଦେଇଥିଲେ। ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କ୍ଵିକ୍ ରେସପୋନ୍ସ ଟିମ୍ ଜନ୍ତା ସହିତ ସେଠାରେ ପହଞ୍ଚି ବାର୍ହାଟିକୁ ଉଦ୍ଧାର କରିଛନ୍ତି। ବାର୍ହାଟିର ମୁହଁରେ କ୍ଷତ ହୋଇ ରକ୍ତ ବାହାରୁଥିବା ଦେଖାଯାଇଛି। ଉଦ୍ଧାର ବାର୍ହାକୁ କେନ୍ଦୁଝର ରେଞ୍ଜ କାର୍ଯ୍ୟାଳୟକୁ ନିଆଯାଇଛି। ସେଠାରେ ଦୁଇ ତିନିଦିନ ଚିକିତ୍ସା ପରେ ତାକୁ ନରଣପୁର ସଂରକ୍ଷିତ ଜଙ୍ଗଲରେ ଛଡାଯିବ ବୋଲି କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ ଡି କହିଛନ୍ତି। ବାର୍ହାଟି ନରଣପୁର ଜଙ୍ଗଲରୁ ରାତିରେ ଚାଲି ଆସି ସମ୍ଭବତଃ ଜଙ୍ଗଲକୁ ଫେରି ପାରି ନଥିଲା ବୋଲି କେନ୍ଦୁଝର ବନଖଣ୍ଡ ଅଧିକାରୀ କହିଛନ୍ତି।
Powered by Froala Editor