୧୬ ଘଣ୍ଟା କାମ କରି ହିନା ଅସୁସ୍ଥ
ଲଗାତାର ୧୬ ଘଣ୍ଟା କାମ କରିବା ପରେ ଗୁରୁତର ହୋଇପଡିଛନ୍ତି ଅଭିନେତ୍ରୀ ହିନା ଖାନ । ହିନା ‘ୟେ ରିସ୍ତା କ୍ୟା କେହଲାତା ହୈ’ରେ ଅକ୍ଷରା ଭୂମିକାରେ କାମ କରିଥିଲେ । ତାପରଠାରୁ ସେ ଏତେ ଫେମସ ହୋଇଥିଲେ ଯେ, ତାଙ୍କୁ କାମର ଅଭାବ ନାହିଁ ।
କିଛି ଦିନ ତଳେ ମ୍ୟୁଜିକ ଭିଡିଓ ହଲ୍କି ହଲ୍କି ବାରିଶ ରିଲିଜ ହୋଇଥିଲା । ତାସହିତ ସେ ନୂଆ ନୂଆ ପ୍ରୋଜେକ୍ଟରେ କାମ କରୁଛନ୍ତି । ହେଲେ ଏତେ କାମ ଭିତରେ ସେ ଖାଇବାକୁ ବି ସମୟ ପାଉନାହାନ୍ତି । ଯେଉଁଥିପାଇଁ ସେ ଅସୁସ୍ଥ ହୋଇପଡିଛନ୍ତି ।
ନିକଟରେ ଏକ ପ୍ରୋଜେକ୍ଟ ଶୁଟ୍ କରିବା ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ଏନେଇ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି । ହିନା ଖାନ୍ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ହେଲଥ ଅପଡେଟ୍ ଶେୟାର କରି ଲେଖିଛନ୍ତି,'କ୍ରମାଗତ ୧୬ ଘଣ୍ଟା କାମ କରିବା ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି ।
ଫଟୋ ଶେୟାର କରି ଲେଖିଛନ୍ତି କାମ ମଝିରେ ତାଙ୍କୁ ଖାଇବା ପାଇଁ ବି ସମୟ ମିଳେନି ।' ଏକ ମାସ୍କ ପିନ୍ଧି ଖଟରେ ବିଶ୍ରାମ ନେଉଥିବା ଫଟୋ ମଧ୍ୟ ଶେୟାର କରିଛନ୍ତି । ଏଭଳି ପୋଷ୍ଟ ଦେଖି ପ୍ରଶଂସକମାନେ ଦୁଃଖ ପ୍ରକାଶ କରିବା ସହ ଅଭିନେତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
Powered by Froala Editor