ସ୍କ୍ରିଫ୍ଟ ନପଢି ଫିଲ୍ମ ସାଇନ କରିଦେଇଥିଲେ ବିଦ୍ୟା, କିନ୍ତୁ ‘ମଞ୍ଜୁଲିକା’ ରୋଲ୍ କରିଦେଲା ଫେମସ୍

ଭୁଲଭୁଲେୟାର ପ୍ରଥମ ପାର୍ଟ ସମସ୍ତେ ପ୍ରାୟ ଦେଖିଛନ୍ତି । ଏଥିରେ ବିଦ୍ୟା ବାଲାନଙ୍କ ମଞ୍ଜୁଲିକା ରୋଲ୍ ଭୟଙ୍କର । କିନ୍ତୁ ଏହି ନିଖୁଣ ଅଭିନୟ ପାଇଁ ଭୁଲଭୁୁଲେୟାର ପାର୍ଟ-୨ ରିଲିଜ ହୋଇଥିଲା । ଏହାପରେ ଆଉ ଏକ ସ୍ୱିକେଲ ମଧ୍ୟ ଆସିବାକୁ ଯାଉଛି । ତେବେ ଦର୍ଶକ ଜାଣିନଥିବେ ଯେ, ବିଦ୍ୟା ବାଲାନ ସ୍କ୍ରିଫ୍ଟ ନପଢି ଫିଲ୍ମ ପାଇଁ ସାଇନ କରିଦେଇଥିଲେ । କିନ୍ତୁ ଯାହାବି ହେଉ ଫିଲ୍ମରେ ମଞ୍ଜୁଲିକା ପାଇଁ ସେ ପରଫେକ୍ଟ ବୋଲି ଫ୍ୟାନ୍ସ ମତ ଦିଅନ୍ତି ।
ବିଦ୍ୟା ବାଲାନ ଏକ ସାକ୍ଷାତକାରରେ କହିଛନ୍ତି ଯେ 'ସେ ଏତେଗୁଡ଼ିଏ ଫିଲ୍ମ କରିସାରିଛି, କିନ୍ତୁ ଭୁଲ୍ ଭୁଲେୟା ଭିନ୍ନ । ଏହି ଫିଲ୍ମର କାହାଣୀ ଏବଂ ମଞ୍ଜୁଲିକାଙ୍କ ଚରିତ୍ର ବିଷୟରେ ସେ ପୂର୍ବରୁ ଜାଣିଥିଲେ, ତେଣୁ ଏହି ଭୂମିକା ପାଇଁ ସାଇନ କରିବାକୁ ତାଙ୍କୁ ଅଧିକ ସମୟ ଲାଗିନଥିଲା ।' ସେ ଆହୁରି ମଧ୍ୟ କହିଛନ୍ତି ଯେ ମାଲାୟାଲମ୍ ଫିଲ୍ମ 'ମଣିଚିତ୍ରାଥଜୁ'କୁ ଦେଖିଥିଲେ ଏବଂ ଯେତେବେଳେ ନିର୍ଦ୍ଦେଶକ ପ୍ରିୟଦର୍ଶନ ତାଙ୍କୁ ଏହି ଭୂମିକାରେ ଅଭିନୟ କରିବାକୁ ପ୍ରସ୍ତାବ ଦେଇଥିଲେ, ସେ ସଙ୍ଗେ ସଙ୍ଗେ ଫିଲ୍ମରେ କାମ କରିବାକୁ ରାଜି ହୋଇଯାଇଥିଲେ ।
Powered by Froala Editor