ନୂଆ ରୂପରେ ଅନୁଭବ, ପଢ଼ିଲେ ହନୁମାନ ଚାଳିଶା

ଦୀର୍ଘ ବର୍ଷ ଧରି ପାରିବାରିକ ବିବାଦରେ ଛନ୍ଦି ହୋଇପଡିଥିଲେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଏପରିକି ବିଜେଡିରେ କୋଣଠେସା ହୋଇ ରହିଥିଲେ । ଏଇ କିଛି ଦିନ ହେବ ସେ ବିଜେଡି ଶିବିର ଛାଡି ବିଜେପିରେ ଯୋଗ ଦେଇଛନ୍ତି । ବିଜେପିରେ ଯୋଗ ଦେବା ପରେ ତାଙ୍କୁ ନୂଆ ରୂପରେ ଦେଖିବାକୁ ମିଳିଛି ।
ହନୁମାନ ଜୟନ୍ତୀ ପାଳନ ପୂର୍ବରୁ ଅନୁଭବ ହନୁମାନ ଚାଳିଶା ଗାଉଥିବାର ଏକ ନୂଆ ଭିଡିଓ ରିଲିଜ୍ ହୋଇଛି। ଏଥିରେ ଜାଗ୍ରତି ଶୁକ୍ଳା ପ୍ରଯୋଜନା ଦାୟିତ୍ୱ ତୁଲାଇଥିବା ବେଳେ ଅଜୟ ପାଢ଼ୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି।
ସୂଚନାଯୋଗ୍ୟ, ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବା ପରେ ଅନୁଭବଙ୍କର ଏହି ଭକ୍ତିପୂତ ଫଟୋ ବେଶ୍ ଭାଇରାଲ ହେଉଛି। ଏହା ପୂର୍ବରୁ ଜୟ ଶ୍ରୀରାମ ଲେଖି ସେ ଏକ ପୋଷ୍ଟ ଶେୟାର କରିଥିଲେ। ଏବେ ହନୁମାନ ଚାଳିଶା ପାଠର ଭିଡିଓ ଭାଇରାଲ ହେଉଛି।
Powered by Froala Editor