ବଲିଉଡ କାହା ବାପାର ନୁହେଁ, ଏଠି ମୁଁ ଅଛି : ବିଦ୍ୟା

ସବୁବେଳେ ନିଜର ଅଲଗା ଠାଣି ପାଇଁ ପରିଚିତ ବିଦ୍ୟାବାଲାନ । ନିଛକ ଅଭିନୟ କରିବାକୁ ସେ ପସନ୍ଦ କରନ୍ତି । ହେଲେ ନିକଟରେ ସେ ବୟାନ ଦେଇଛନ୍ତି ଯେ, ବଲିଉଡ କାହା ବାପାର ନୁହେଁ । ଏଠି ମୁଁ ଅଛି। ଯଦି ସେଭଳି ହୋଇଥାନ୍ତା ତେବେ ସବୁ ବାପାର ପୁଅ ଓ ଝିଅ ସଫଳ ହୋଇଥାନ୍ତେ।
ଗତ କିଛି ବର୍ଷ ହେବ ପ୍ରିୟାପ୍ରୀତି ତୋଷଣ ଏକ ବଡ଼ ପ୍ରସଙ୍ଗ ପାଲଟିଛି। ଏହି କାରଣରୁ ଅନେକ କଳାକାର ବଲିଉଡରେ କାମ ପାଉନାହାନ୍ତି ବୋଲି କୁହାଯାଏ। ଏହି ପ୍ରସଙ୍ଗକୁ ନେଇ ଅନେକ ନିଜର ଭିନ୍ନ ଭିନ୍ନ ମତ ରଖିଥିବା ବେଳେ ବିଦ୍ୟା ନିଜର ଭିନ୍ନ ମତ ରଖିଛନ୍ତି। ଅନେକ କଳାକାର କହିସାରିଛନ୍ତି ଯେ, ବଲିଉଡରେ ପ୍ରିୟାପ୍ରୀତି ତୋଷଣ ରହିଛି। ଏହାର ପ୍ରଭାବ ଅନେକ ନବାଗତାଙ୍କ ଉପରେ ପଡ଼ିଛି। ହେଲେ ବିଦ୍ୟା ଏକ ଭିନ୍ନ ମତ ରଖିଛନ୍ତି।
ସେ କହିଛନ୍ତି ଯେ, ପ୍ରିୟାପ୍ରୀତି ତୋଷଣ ଥାଉ କି ନଥାଉ। ମୁଁ ଏଠାରେ ଅଛି। ଏଇଟା କାହା ବାପାର ଇଣ୍ଡଷ୍ଟ୍ରି ନୁହେଁ। ଯଦି ସେଭଳି ହୋଇଥାନ୍ତା ତେବେ ସବୁ ବାପାର ପୁଅ ଓ ଝିଅ ସଫଳ ହୋଇଥାନ୍ତେ। ମୁଁ ତିନି ବର୍ଷ ଧରି ଅନେକ ସମସ୍ୟାର ସାମ୍ନା କରିଥିଲି। ମୁଁ ଭାଙ୍ଗିପଡ଼ିଥିଲି। ଅଭିନୟ ଜାରି ରଖିବି କି ନାହିଁ ବୋଲି ମଧ୍ୟ ମୁଁ ଚିନ୍ତା କରିଥିଲି। ଶେଷରେ ମୁଁ ହାର୍ ନମାନି ସମୟ ସହ ଆଗକୁ ବଢ଼ିଥିଲି।”
ସବୁ ସ୍ଥାନରେ ନହେଲେ ବି ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ଭଲ କଳାକାରଙ୍କୁ ଚିହ୍ନନ୍ତି । ତେଣୁ ମୋତେ କାମ ମିଳୁଛି ଆଗକୁ ବି ମିଳିବ ବୋଲି ବିଦ୍ୟା କହିଛନ୍ତି ।
Powered by Froala Editor