୩୦ ବର୍ଷରେ ଚାଲିଗଲେ ଦକ୍ଷିଣକୋରିଆର ପପ୍ ଗାୟିକା

ମାତ୍ର ୩୦ ବର୍ଷ ବୟସରେ ଦକ୍ଷିଣକୋରିଆର ଷ୍ଟାର ଗାୟକ ପାର୍କ ବୋ ରାମଙ୍କ ପରଲୋକ ହୋଇଛି । ଯାହାକି ଇଣ୍ଡଷ୍ଟ୍ରୀ ପାଇଁ ଏକ ବଡ କ୍ଷତି । ତାଙ୍କ ମୃତ୍ୟୁରେ ଦକ୍ଷିଣ କୋରିଆ ସଙ୍ଗୀତ ଶିଳ୍ପ ଏବଂ କେ-ପପ୍ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ ତାଙ୍କର ଦୁଇ ସାଙ୍ଗଙ୍କ ସହ ମଦ୍ୟପାନ କରୁଥିବା ନେଇ ଅନେକ ରିପୋର୍ଟରେ ଦର୍ଶାଯାଇଛି।
କୋରିଆ ମନୋରଞ୍ଜନ ଏଜେନ୍ସି କହିଛି, ଏପ୍ରିଲ ୧୧ ରେ ବିଳମ୍ବିତ ରାତିରେ ପାର୍କ ବୋ ରାମଙ୍କର ଦେହାନ୍ତ ହୋଇଛି। ପାର୍କ ବୋ ରାମ ରାତି ୯:୫୫ରେ ୱାଶରୁମକୁ ଯାଇଥିଲେ କିନ୍ତୁ କିଛି ସମୟ ପରେ ଆଉ ଫେରିନଥିଲେ। ଯେତେବେଳେ ତାଙ୍କ ସାଙ୍ଗମାନେ ତାଙ୍କୁ ଦେଖିବାକୁ ଭିତରକୁ ଗଲେ, ସେତେବେଳେ ସେ ସିଙ୍କ ଉପରେ ଚେତାଶୂନ୍ୟ ହୋଇ ପଡିଥିଲେ। ଜରୁରୀକାଳୀନ ସେବା ଅଧିକାରୀଙ୍କ ଅପେକ୍ଷା କରିବାକୁ ସାଙ୍ଗମାନେ ତାଙ୍କୁ ସି. ପି.ଆର ଦେଇଥିଲେ। ହେଲେ ତାଙ୍କୁ ରାତିରେ ମୃତ ଘୋଷଣା କରାଯାଇଥିଲା।
ତାଙ୍କ ଦେହାନ୍ତରେ ହନାଡୁ ଏଣ୍ଟରଟେନମେଣ୍ଟର ସମସ୍ତ କଳାକାର ଏବଂ ଅଫିସର ତାଙ୍କ ମୃତ୍ୟୁରେ ଗଭୀର ଦୁଃଖିତ । ପାର୍କ ବୋ ରାମ ଚଳିତ ବର୍ଷ କୋରିଆ ସଂଗୀତ ଶିଳ୍ପରେ ୧୦ ବର୍ଷ ପୂରଣ କରିଥାଆନ୍ତେ ଏବଂ ଏହି ଅବସରରେ ନୂତନ ସଂଗୀତ ରିଲିଜ କରିବାକୁ ପ୍ରସ୍ତୁତ ହେଉଥିଲେ।
Powered by Froala Editor