ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ଜଗିବେ ପ୍ରତିହାରୀ ସେବକ
ଭୁବନେଶ୍ୱର : ବିଭିନ୍ନ ସମୟରେ ଅଣହିନ୍ଦୁମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବା ଦେଖାଯାଉଛି । ନିକଟ ଅତୀତରେ ମଧ୍ୟ ଏଭଳି ଖବର ଆସିଛି । ଅଣହିନ୍ଦୁ ପ୍ରବେଶକୁ ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବେ ଏକ ପଦକ୍ଷେପ ନେଇଛି । ଶ୍ରୀମନ୍ଦିରର ସିଂହଦ୍ୱାରରେ ପ୍ରତିହାରୀ ସେବକମାନଙ୍କୁ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି । ୧୪ ତାରିଖରେ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ପଡୁଥିବା ବେଳେ ସେହିଦିନଠାରୁ ଏହି ବ୍ୟବସ୍ଥା ଆରମ୍ଭ କରାଯିବ । ପ୍ରଥମ ପର୍ଯ୍ୟାୟରେ ସକାଳେ ଦ୍ୱାର ଫିଟା ସମୟରେ ଓ ସନ୍ଧ୍ୟା ଆରତି ବେଳେ ଦୁଇ ଜଣ ଲେଖାଏଁ ପ୍ରତିହାରୀ ସେବାୟତ ସିଂହଦ୍ୱାର ସମ୍ମୁଖରେ ମୁତୟନ ହେବେ । ପରବର୍ତ୍ତୀ ସମୟରେ ପୂରା ଦିନରୁ ରାତି ପର୍ଯ୍ୟନ୍ତ ପ୍ରତିହାରୀ ସେବାୟତମାନଙ୍କୁ ମୁତୟନ କରାଯିବ ।
ପ୍ରତିହାରୀ ନିଯୋଗ ସଂପାଦକ ରାମନାରାୟଣ ଗୋଚ୍ଛିକାର କହିଛନ୍ତି, ପୂର୍ବରୁ ସିଂହଦ୍ୱାରରେ ପ୍ରତିହାରୀ ସେବା ରହିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାହା ବନ୍ଦ ହୋଇଯାଇଥିଲା । କେବଳ ରଥଯାତ୍ରା ବେଳେ ସାମୟିକ ଭାବେ ଏହି ସେବା କରାଯାଉଥିଲା । ଏବେ ଏହି ସିଂହଦ୍ୱାର ପ୍ରତିହାରୀ ସେବାକୁ ପୁନଃପ୍ରଚଳନ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏନେଇ ପ୍ରଶାସନ ଓ ପ୍ରତିହାରୀ ନିଯୋଗ ମଧ୍ୟରେ ଆଲୋଚନା ହୋଇଛି । ମଝିରେ ମଝିରେ ଶ୍ରୀମନ୍ଦିରରେ ଅଣହିନ୍ଦୁମାନେ ପଶି ଯାଉଛନ୍ତି । ସୁନା ଦର ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମକୁ ୫୪ ହଜାର ୧୬୦ ଟଙ୍କା ଥିବା ବେଳେ ଆଜି ୫୪ ହଜାର ୯୮୦ ଟଙ୍କା ରହିଛି । ଅର୍ଥାତ ଦିନକ ଭିତରେ ୮୨୦ ଟଙ୍କା ବଢିଛି । ଭୁବନେଶ୍ୱରରେ ଗତ ୩ ତାରିଖରେ ୨୪ କ୍ୟାରେଟ ସୁନା ଦର ୧ ଗ୍ରାମ ପ୍ରତି ୭୦୦୨ ଟଙ୍କା ଥିବା ବେଳେ ୧୦ ଦିନ ମଧ୍ୟରେ ୭,୩୪୬ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ଗତ ୩ ତାରିଖରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୧ ଗ୍ରାମ ପ୍ରତି ୬୪୨୫ ଟଙ୍କା ଥିବା ବେଳେ ୧୦ ଦିନ ମଧ୍ୟରେ ଏହା ୬୭୩୫ ଟଙ୍କାକୁ ବୃଦ୍ଧି ପାଇଛି ।
Powered by Froala Editor