ଧମାକାଦାର ହେବ ପୁଷ୍ପା-୨: ୬ ମିନିଟ୍ର ସିନ୍ ପାଇଁ ଖର୍ଚ୍ଚ ହୋଇଛି ୬୦ କୋଟି

ପୁଷ୍ପା-୨ର ଟ୍ରେଲର ରିଲିଜ ପରେ ବହୁ ଭିୟ୍ୟୁ ମିଳିଛି । ଏହି ଫିଲ୍ମର କିଛି ପାର୍ଟ ଓଡ଼ିଶା ମାଲକାନଗିରି ଜିଲ୍ଲାର ଘଞ୍ଚ ଅରଣ୍ୟରେ ସୁଟିଂ କରାଯାଇଛି । ତେବେ ଦର୍ଶକ ଜାଣିନଥିବେ, ଫିଲ୍ମର ୬ ମିନିଟର ଦୃଶ୍ୟ ପାଇଁ ପ୍ରାୟ ୬୦ କୋଟି ଖର୍ଚ୍ଚ ହୋଇଛି । ଏହି ଦୃଶ୍ୟ ସମ୍ପୂର୍ଣ୍ଣ କରିବାକୁ ୩୦ ଦିନ ସମୟ ଲାଗିଛି ।
‘ପୁଷ୍ପା ୨’ ର ବଜେଟ୍ ୫୦୦ କୋଟି ଟଙ୍କା ବୋଲି ଖବର ଆସିଛି। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଟିମ୍ ଅଲୁ ଅର୍ଜୁନଙ୍କ ଜନ୍ମଦିନ ଅବସରରେ ପୁଷ୍ପା ୨ ର ପ୍ରଥମ ଟିଜର ମୁକ୍ତିଲାଭ କରିଥିଲେ। ଆଲୁ ଅର୍ଜୁନ X ରେ ଟିଜର ସେୟାର କରି ଲେଖିଛନ୍ତି, “ଜନ୍ମଦିନର ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ! ମୋର ହୃଦୟରୁ କୃତଜ୍ଞତା!
ପୁଷ୍ପା-୨ ସାରା ବିଶ୍ଵରେ ସଂଗୀତ ଅଧିକାର ଏବଂ ହିନ୍ଦୀ ସାଟେଲାଇଟ ଅଧିକାରକୁ ଟି-ସିରିଜକୁ ୬୦ କୋଟିରେ ବିକ୍ରି କରିସାରିଛି। ଏହା ମଧ୍ୟ କୁହାଯାଉଛି ଯେ ଷ୍ଟାର ମା ତେଲୁଗୁ ସାଟେଲାଇଟ୍ ଅଧିକାର ମଧ୍ୟ କିଣିଛନ୍ତି। ହେଲେ ଏହାର ଅର୍ଥ ରାଶି ବିଷୟରେ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଖବର ଅଛି ଯେ ନେଟଫ୍ଲିକ୍ସ ୧୦୦ କୋଟି ଟଙ୍କା ଦେଇ ଡିଜିଟାଲ ଷ୍ଟ୍ରିମିଂର ରାଇଟ୍କୁ କିଣିଛି। ହେଲେ ଏଯାଏଁ ନିର୍ମାତାମାନେ ଏହା ଉପରେ କୌଣସି କନଫର୍ମେସନ୍ କରି ନାହାନ୍ତି ।
Powered by Froala Editor