ଆଲିଆଙ୍କ ମିମିକ୍ରି କରି କୋଟିପତି ହେଲେ ଏହି ଇନ୍ଫ୍ଲୁଏନ୍ସର୍ , ଘର ପରେ କିଣିଲେ ୨୦ ଲକ୍ଷର କାର୍

ଚାନ୍ଦିନୀ ଭାଭଡ଼ା ମିମିକ୍ରି କଳାକାର। ଶିବା..ଶିବା.. କହୁଥିବା ଚାନ୍ଦିନୀ ଭାଭଡ଼ାଙ୍କ ଭିଡିଓ ପ୍ରାୟ ସମସ୍ତେ ଦେଖିଥିବେ। 'ବ୍ରହ୍ମାସ୍ତ୍ର' ଚଳଚ୍ଚିତ୍ରରୁ ଆଲିଆ ଭଟ୍ଟଙ୍କ ନକଲ କରି ଚାନ୍ଦିନୀ ଖୁବ୍ ଲୋକପ୍ରିୟ ହୋଇଥିଲେ।
ତାଙ୍କ ଭିଡିଓ ଏତେ ଲୋକପ୍ରିୟ ହୋଇଥିଲା ଯେ, ନିଜେ ଆଲିଆ ଭଟ୍ଟ ତାଙ୍କୁ ଶ୍ରେଷ୍ଠ ମିମିକ୍ରି କଳାକାର ବୋଲି କହିଥିଲେ।
ଚାନ୍ଦନୀ ବହୁତ ସାରା ମିମିକ୍ରି କରିଛନ୍ତି । ହେଲେ ଆଲିଆଙ୍କ ମିମିକ୍ରି ତାଙ୍କୁ ରାତାରାତି ଫେମସ କରିଦେଇଥିଲା । ଏହାପରେ ତାଙ୍କର ଫ୍ୟାନ୍ସଙ୍କ ଲମ୍ବା ତାଲିକା ବଢିଚାଲିଛି । ଚାନ୍ଦିନୀ ଦିନକୁ ଦିନକୁ ଉନ୍ନତି କରି ଚାଲିଛନ୍ତି। କିଛି ଦିନ ପୂର୍ବେ ସେ ମୁମ୍ବଇରେ ଏକ ଘର କିିଣିବାକୁ ନେଇ ଚର୍ଚ୍ଚାରେ ଥିବାବେଳେ ଏବେ ସେ ଏକ ନୂଆ ଦାମୀ ତଥା ବିଳାସପୂର୍ଣ୍ଣ କାର୍ କିଣିଛନ୍ତି।
ଚାନ୍ଦିନୀ କିଣିଥିବା ଫ୍ଲାଟ୍ ବଲିଉଡ଼ ସୁପରଷ୍ଟାର ଅକ୍ଷୟ କୁମାରଙ୍କର ବୋଲି ଚର୍ଚ୍ଚା ହେଉଥିଲା। ସାମାଜିକ ଗଣମାଧ୍ୟମରେ ସେ ନିଜ ନୂଆ ଘରର ଫଟୋ ଶେୟାର କରିଥିଲେ, ଯାହାପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଏବେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର୍ ତାଙ୍କ କାର୍କୁ ନେଇ ଚର୍ଚ୍ଚାରେ।
ସୂଚନା ମୁତାବକ, ଚାନ୍ଦିନୀ ଟୋୟୋଟାର ଅର୍ବାନ କ୍ରୁଜର ହାଇରାଇଡର କିଣିଛନ୍ତି। ଏହି କାର୍ର ଟପ୍ ମଡେଲର ଦାମ୍ ପ୍ରାୟ ୨୦ ଲକ୍ଷ ଟଙ୍କା ବୋଲି କୁହାଯାଉଛି।
Powered by Froala Editor