ସଲମାନଙ୍କ ଇଦ୍ ଉପହାର : ‘ସିକନ୍ଦର୍’

ଚଳିତ ବର୍ଷ ବଲିଉଡର ଭାଇଜାନଙ୍କ କୌଣସି ଫିଲ୍ମ ରିଲିଜ ହୋଇନାହିଁ। କିନ୍ତୁ ସଲ୍ଲୁ ତାଙ୍କ ପ୍ରଶଂସକଙ୍କୁ ଇଦ ଉପହାର ଦେଇଛନ୍ତି। ସଲମାନ ଇଦ ୨୦୨୫ ପାଇଁ ତାଙ୍କର ନୂଆ ଫିଲ୍ମ ନାଁ ଘୋଷଣା କରିଛନ୍ତି ।
ସଲମାନ ଖାନ ଜଣାଶୁଣା ପ୍ରଯୋଜକ ସାଜିଦ ନାଡିୟାଓ୍ଵାଲା ଏବଂ ଭିଜନାରୀ ନିର୍ଦ୍ଦେଶକ ଏ. ଆର୍. ମୁର୍ଗଦାସଙ୍କ ସହ ମିଶି 'ସିକନ୍ଦର' ନେଇ ଆସୁଛନ୍ତି । ମୁଭିର ଟାଇଟଲ ରହିଛି ସିକନ୍ଦର । ଏହି ଜବରଦସ୍ତ ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍ମାନଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇଯାଇଛି ।
‘ସିକନ୍ଦର’ ପୂର୍ବରୁ ମଧ୍ୟ ନିର୍ମାତା ସାଜିଦ ନାଦିଆଡୱାଲା ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ଯୋଡି ଅନେକ ଫିଲ୍ମ ଭେଟି ଦେଇଛନ୍ତି। ଏହି ଯୋଡି ‘ଜୁଡୱା’, ‘ମୁଝ୍ସେ ସାଦି କରୋଗୀ’, ‘କିକ’ ଭଳି ସୁପରହିଟ ଚଳଚ୍ଚିତ୍ର ଦେଇଛନ୍ତି। ତେବେ କିକ ପରଠାରୁ ପ୍ରଶଂସକମାନେ ସଲମାନ ଏବଂ ସାଜିଦଙ୍କ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଏହି ଅପେକ୍ଷା ‘ସିକାନ୍ଦର୍’ର ଘୋଷଣା ସହିତ ଶେଷ ହୋଇଛି।
Powered by Froala Editor