ଭୁଲଭୁଲେୟା-୩ର ସୁଟିଂ ଆରମ୍ଭ : ଭୋର ୫ଟାରୁ ସୁଟିଂକୁ ଯାଉଛନ୍ତି କାର୍ତ୍ତିକ ଆର୍ଯ୍ୟନ
ଆଗକୁ ପ୍ରେକ୍ଷାଳୟରେ ଧୁମ ମଚାଇବ ଭୁଲଭୁଲେୟା-୩ । ଏଥିପାଇଁ ସୁଟିଂ ଆରମ୍ଭ କଲେଣି ଆର୍ଯ୍ୟନ । ନିକଟରେ କାର୍ତ୍ତିକ ଆର୍ଯ୍ୟନ ରୁହ ବାବାଙ୍କ ଲୁକରେ ସୁଟିଂ କରୁଥିବା ଦେଖିବାକୁ ମିଳିଥିଲା। ଏବେ କାର୍ତ୍ତିକ କୋଲକତାରେ କାର୍ଯ୍ୟସୂଚୀ ପୂରା କରୁଛନ୍ତି । ଫିଲ୍ମର ସୁଟିଂ ସକାଳ ୫ ଟାରୁ କୋଲକାତାର ହାୱଡା ବ୍ରିଜରେ ଆରମ୍ଭ ହୋଇଛି। ଏହା ପରେ ଫିଲ୍ମର କିଛି ଦୃଶ୍ୟ ଫୁଲ ବଜାରରେ ସୁଟିଂ କରାଯିବ।
ଏହି ସୁଟିଂ କରିବା ପାଇଁ କାର୍ତ୍ତିକ ୮ ଏପ୍ରିଲରେ ମୁମ୍ବାଇରୁ କଲିକତାରେ ପହଞ୍ଚିଥିଲେ। ଆନିସ୍ ବାଜମୀ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ଭୁଲଭୁଲେୟା-୩ରେ ଆନିମଲ ଫେମ୍ ତୃପ୍ତି ଡିମରୀ ଏବଂ ବିଦ୍ୟା ବାଲାନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ତେବେ ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।
୨୦୨୨ ମସିହାରେ ରିଲିଜ୍ ହୋଇଥିବା ଭୁଲଭୁଲେୟା-୨ ସହିତ କାର୍ତ୍ତିକ ପ୍ରେକ୍ଷାଳୟରେ ଦର୍ଶକଙ୍କର କ୍ରେଜ୍ ବଢାଇଥିଲେ। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ମଧ୍ୟ ବହୁତ ରୋଜଗାର କରିଥିଲା। କିଆରା ଆଡଭାନୀ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ନଜର ଆସିଥିଲେ। କାର୍ତ୍ତିକ ଏହି ଳଚ୍ଚିତ୍ରରେ ରୁହାନ ରାନ୍ଧୱା ଭୂମିକାରେ ଅଭିନୟ କରିଥିଲେ।
Powered by Froala Editor