ବ୍ଲାଷ୍ଟିଂ ପଥର ବାଜି ବାଳକର ମୃତ୍ୟୁ
ଭୁବନେଶ୍ବର : ଦାମନଯୋଡ଼ି ଥାନା ଅଧୀନସ୍ଥ ମରିଚମାଳ ଗାଁରେ ଅଘଟଣ। ବ୍ଲାଷ୍ଟିଂ ପଥର ବାଜି ଜଣେ ବାଳକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ରିତେଶ ମାଝୀ ବୋଲି ଜଣାପଡିଛି। ବୁଧବାର ରିତେଶ ନିଜ ସମ୍ପର୍କୀୟ ଭାଇ ସହ ଗାଁ ନିକଟ ନଦୀକୁ ଯାଇଥିଲା। ଦୁହେଁ ପୋଲ ଉପରେ ଠିଆ ହୋଇଥିବାବେଳେ ନିକଟରେ ଥିବା କୁଆଁରୀରେ ବ୍ଲାଷ୍ଟିଂ ହୋଇଥିଲା। ସେହିଠାରୁ ଏକ ପଥର ଛିଟିକି ଆସି ରିତେଶର ମୁଣ୍ଡରେ ବାଜିଥିଲା। ଗୁରୁତର ଅବସ୍ଥାରେ ରିତେଶକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ଖବର ପାଇ ସେମିଳିଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
Powered by Froala Editor