ଭିଟମିନ ସିର ଅଭାବ ହୋଇପାରେ ଗୁରୁତର ରୋଗର କାରଣ

ଶରୀରକୁ ସୁସ୍ଥ ଓ ସୁନ୍ଦର କରିବା ପାଇଁ ଭିଟାମିନ୍ ସି ନିହାତି ଆବଶ୍ୟକ । ଏହା କୋଲଜେନ୍ ଫାଇବର ଗଠନ କରିବାରେ ସାହାଯ୍ୟ କରେ । ତେଣୁ ଏହା କ୍ଷତ ସ୍ଥାନକୁ ଭଲ କରିବାରେ ସାହାଯ୍ୟ କରିଥାଏ ଓ ନୂଆ ଟିସୁ ତିଆରି କରିବାରେ ସହାୟକ ହୋଇଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହଯ୍ୟ କରିଥାଏ । ଯଦି ଶରୀରରେ ଏହାର ଅଭାବ ଦେଖାଯାଏ ଏହା ଶରୀରକୁ ଦୁର୍ବଳ କରିବା ସହ ଶରୀରରେ ଅନେକ ପ୍ରକାର ରୋଗ ଦେଖା ଦେଇଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ ଶରୀରରେ ଭିଟାମିନ୍ ସି ର ଅଭାବରେ ସ୍କର୍ଭି ରୋଗ ହୋଇପାରେ । ଏହି ରୋଗରେ ପୀଡିତ ଲୋକମାନେ ଦୁର୍ବଳତା, ଥକ୍କାପଣ, ଦାନ୍ତ ଛଡା, ନଖ ଦୁର୍ବଳ, କେଶ ଝଡିବା, ଗଣ୍ଠି ଯନ୍ତ୍ରଣା ଆଦି ସମସ୍ୟା ଦେଖା ଯାଇଥାଏ । ଏହି ଲକ୍ଷଣ ଗୁଡିକୁ କେବେ ଅଣଦେଖା କରନ୍ତୁ ନାହିଁ । ଏହାର ଅଭାବରୁ ମୋତିଆବିନ୍ଦୁ, କାନ ଓ ନାକ ରୋଗ, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବା, ଫୁସଫୁସ ଦୁର୍ବଳ ହେବା, ଚର୍ମ ରୋଗ, ଆଲର୍ଜି, ଅଲସର ଭଳି ସମସ୍ୟା ଦେଖା ଦେଇଥାଏ ।
Powered by Froala Editor