ଅଧିକ ଲେମ୍ବୁ ପାଣି ପିଉଥିଲେ ସାବଧାନ
ଲେମ୍ବୁ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଭିଟାମିନ୍ ସି ଅଧିକ ପରିମାଣରେ ଥିବାରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ବିଶେଷକରି ଗ୍ରୀଷ୍ମ ଋତୁରେ ଶରୀର ଥକ୍କା ଲାଗିଲେ ଅନେକ ଲେମ୍ବୁ ପାଣି ପିଇବାକୁ ପସନ୍ଦ କରିଥାନ୍ତି । ବର୍ତ୍ତମାନ କରୋନା କାଳରେ ମଧ୍ୟ ଲେମ୍ବୁର ଚାହିଦା ମଧ୍ୟ ବୃଦ୍ଧି ପାଇଛି । କାରଣ ଏହା ପୋଟାସିୟମ, ଫାଇବର, ଭିଟାମିନ୍ ସି ରେ ଭରପୁର । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହା ଅତ୍ୟଧିକ ଖାଇବା ଦ୍ୱାରା ଆପଣଙ୍କ ଶରୀରରେ ଅନେକ ପ୍ରକାର କ୍ଷତି ହୋଇଥାଏ । ଯେତେବେଳେ ଆମେ ଅଧିକ ଭାରି ଜିନିଷ ଖାଇଥାଉ ସେତେବେଳେ ଅନେକ ଲୋକ ଲେମ୍ବୁ ରସ ସେବନ କରିଥାନ୍ତି । ଏଥିରେ ଥିବା ସାଇଟ୍ରିକ ଏସିଡ୍ ହଜମ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ କିଛି ସମୟରେ ଏସିଡିଟି ଯୋଗୁଁ ପେଟରେ ସମସ୍ୟା ଦେଖାଯାଇଥାଏ, ସେହି ସମୟରେ ଲେମ୍ବୁ ଖାଇବା ଦ୍ୱାରା ପେଟ ବେଶି ଖରାପ ହୋଇଥାଏ । ତେବେ ଏହି ସମୟରେ ଲେମ୍ବୁ ଖାଆନ୍ତୁ ନାହିଁ । ଏହା ସହିତ ଅତ୍ୟଧିକ ଲେମ୍ବୁର ବ୍ୟବହାର ଧଳା ଓ ସୁସ୍ଥ ଦାନ୍ତ ପାଇଁ କ୍ଷତିକାରକ ହୋଇଥାଏ । କାରଣ ଏଥିରେ ଥିବା ସାଇଟ୍ରିକ ଏସିଡ ଦାନ୍ତକୁ କ୍ଷୟ କରିଥାଏ ଓ ଲେମ୍ବୁ ଅଧିକ ପରିମାଣରେ ଖାଇବା ଦ୍ୱାରା ଏହା ଆମ ଶରୀରରେ ଆଇରନ ଅବଶୋଷଣ କରିଥାଏ । ଏହା ସହିତ ଶରୀରର ଆଭ୍ୟନ୍ତରୀଣ ଅଙ୍ଗକୁ ମଧ୍ୟ ଏହା କ୍ଷତି କରିପାରେ । ଅତ୍ୟଧିକ ଲେମ୍ବୁ ଖାଇବା ଦ୍ୱାରା ଡିହାଇଡ୍ରେସନ ଭଳି ସମସ୍ୟା ଉପୁଜି ଥାଏ । ତେଣୁ ଲେମ୍ବୁର ଅତ୍ୟଧିକ ବ୍ୟବହାର ଠାରୁ ଦୂରେଇ ରୁହନ୍ତୁ ।
Powered by Froala Editor