ମିଲିୟନ ଭିୟ୍ୟୁ କ୍ରସ୍ କଲା ପୁଷ୍ପା-୨ ଟିଜର

ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ ତାଙ୍କର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ଅଲ୍ଲୁ ଅର୍ଜୁନ୍ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ 'ପୁଷ୍ପା ୨'ର ଟିଜର ରିଲିଜ୍ ହୋଇଛି । ପୋଷ୍ଟରରେ ଯେମିତି ଅଲୁ ଅର୍ଜୁନ୍ ଅର୍ଦ୍ଧ ନାରୀଶ୍ବର ବେଶରେ ନଜର ଆସିଥିଲେ ଟିଜରରେ ବି ସେମିତି କିଛି ଦେଖିବାକୁ ମିଳିଛି । ଟିଜରରେ ଶାଢ଼ି ପିନ୍ଧିଥିବା ଅଲୁଙ୍କ ବେକରେ ଲେମ୍ବୁର ହାର ଆଉ ତା'ସହ ପୂରା ମୁହଁ ଏବଂ ଦେହ ଅବିର ରଙ୍ଗରେ ରଙ୍ଗୀନ । ଟିଜର ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ଅଗଷ୍ଟ ୧୫ ତାରିଖରେ ବଡ଼ ପରଦାକୁ ଆସିବ । ତେବେ ଫିଲ୍ମ 'ପୁଷ୍ପା ୨'ର ଟିଜର ମଧ୍ୟ ଲୋକଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା ପାଉଛି । ପୁଷ୍ପା ରାଜ୍ ଏବଂ ଶ୍ରୀବଲ୍ଲି ପୁଣି ଥରେ ସେମାନଙ୍କର ଦମ୍ଦାର ଅଭିନୟରେ ଦର୍ଶକଙ୍କ ମନ ଜିତିଛନ୍ତି । ତେବେ ଏହି ଟିଜର ଦେଖିବା ପରେ ଦର୍ଶକ ଫିଲ୍ମକୁ ଦେଖିବାକୁ ଆହୁରି ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
ମାଲକାନଗିରି ଜିଲ୍ଲାରେ ଲମ୍ବା ସମୟ ଧରି ସିନେମାର ବହୁ ଦୃଶ୍ୟକୁ କ୍ୟାମେରାରେ କଏଦ କରିଛନ୍ତି ସୁକୁମାର । ଅନେକ ସ୍ଥାନୀୟ ଯୁବକ ବି ଫିଲ୍ମରେ ଅଭିନୟ କରିଛନ୍ତି । ତେଣୁ ଫିଲ୍ମ ରିଲିଜକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି ।
Powered by Froala Editor