ଚର୍ଚ୍ଚାରେ କଙ୍ଗନାଙ୍କ ମର୍ସିଡିଜ୍

ବଲିଉଡରୁ ରାଜନୀତିରେ ଏଣ୍ଟ୍ରି କରିଥିବା ଅଭିନେତ୍ରୀ କଙ୍ଗନା ରଣାୱତ ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛନ୍ତି । ସେ ତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଖୁବ୍ ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ଏଥର ସେ ତାଙ୍କ ନୂଆ କାର ପାଇଁ ଲାଇମଲାଇଟକୁ ଆସିଛନ୍ତି। କଙ୍ଗନା ୩.୪୪ କୋଟି ମୂଲ୍ୟର ଏକ ବିଳାସପୂର୍ଣ୍ଣ ଆକର୍ଷଣୀୟ କାର୍ କିଣିଛନ୍ତି । ନିକଟରେ କଙ୍ଗନାଙ୍କୁ ମୁମ୍ବାଇ ରାସ୍ତାରେ ଏକ ନୂଆ କାରରେ ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି।
ପାପାରାଜିଙ୍କ ଦ୍ୱାରା ଉତ୍ତୋଳନ କରାଯାଇଥିବା କଙ୍ଗନାଙ୍କ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ସେ ଏକ ନୂଆ କାର୍ରେ ବସୁଥିବାର ନଜର ଆସୁଛନ୍ତି । କଙ୍ଗନା ପ୍ରାୟତଃ ଏକ ମର୍ସିଡିଜ୍ ମାୟାବାକ୍ S 680 ରେ ନଜର ଆସନ୍ତି। ଯାହାର ମୂଲ୍ୟ ୩.୬ କୋଟି ଟଙ୍କା । ବର୍ତ୍ତମାନ ତାଙ୍କ କାର କଲେକସନରେ ଆଉ ଏକ ଯୋଡି ହୋଇଛି । କଙ୍ଗନା ମର୍ସିଡିଜ୍ ମାୟାବାକ୍ ଜିଏସ୍ଏଲ୍ 600 କିଣିଛନ୍ତି। ମୁମ୍ବାଇର ଏକ୍ସ ସୋ’ରୁମରେ ଏହି କାରର ମୂଲ୍ୟ ୩.୪୪ କୋଟି ଟଙ୍କା । ଗତକାଲି ରାତିରେ ମୁମ୍ବାଇର ଏକ ପାଲର ବାହାରେ କଙ୍ଗନାଙ୍କୁ ସ୍ପଟ୍ କରାଯାଇଥିଲା । ଏହି ସମୟ ମଧ୍ୟରେ କଙ୍ଗନା ନୂଆ ଧଳା ରଙ୍ଗର ମର୍ସିଡିଜ୍ ମାୟାବାକ୍ GSL 600 ସହ ଦେଖିବାକୁ ମିଳିଥିଲେ ।
Powered by Froala Editor