ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଜାଣନ୍ତିନି କଙ୍ଗନା, ଟ୍ରୋଲ୍ କଲେ ୟୁଜର୍ସ

କଙ୍ଗନା ସୁଭାଷ ଚନ୍ଦ୍ର ବୋଷଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି କହି ଟ୍ରୋଲ ହୋଇଛନ୍ତି ଅଭିନେତଅୀ କଙ୍ଗନା ରଣାୱତ । ସେ ସବୁବେଳେ କିଛିନା କିଛି ବୟାନ ମାଦ୍ୟମରେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଏଥର ସେ ଏମିତି କଥା କହିଛନ୍ତି ଯେ, ୟୁଜର୍ସ ତାଙ୍କ ପାଠ ପଢାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ଚଳିତ ନିର୍ବାଚନରେ ଭାଜପାରୁ ଟିକେଟ୍ ମିଳିଛି। କଙ୍ଗନା ତାଙ୍କ ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଗୁରୁବାର ଏକ ସାକ୍ଷତକାରରେ ତାଙ୍କର ବୟାନକୁ ନେଇ ଚର୍ଚ୍ଚା ଆହୁରି ବଢିଯାଇଛି।
ସାକ୍ଷାତକାରର ଭାଇରାଲ କ୍ଲିପ୍ରେ ଶୁଣିବାକୁ ମିଳିଛି ଯେ, କଙ୍ଗନା ସୁଭାଷ ଚନ୍ଦ୍ର ବୋଷଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି। ଯାହାକୁ ନେଇ କଂଗ୍ରେସ, ବିଆରଏସ ସମେତ ଅନେକ ଦଳର ନେତା ଓ ସୋସିଆଲ ମିଡିଆ ୟୁଜର୍ସ ତାଙ୍କୁ ଟ୍ରୋଲ କରିଛନ୍ତି। ବିଆରଏସ ନେତା କେଟିଆର ତାଙ୍କୁ କହିଛନ୍ତି, ଗ୍ରାଜୁଏଶନ କେଉଁଠୁ କରିଛନ୍ତି?
Powered by Froala Editor