କେଜ୍ରିୱାଲ କେଉଁଠୁ କେମିତି ଶାସନ କରିବେ, ତାହା ତାଙ୍କର ବ୍ୟକ୍ତିଗତ ଆହ୍ୱାନ : ହାଇକୋର୍ଟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଆବେଦନକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଏବେ ତିହାର ଜେଲରେ ଅଛନ୍ତି କେଜ୍ରିଓ୍ବାଲ। ଜେଲ ଯିବା ପରେ ସେ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦଳ ଦାବି କରିଆସୁଥିବା ବେଳେ ତାଙ୍କୁ ପଦରୁ ହଟାଇବା ପାଇଁ ହାଇକୋର୍ଟରେ ଏକ ଆବେଦନ କରାଯାଇଥିଲା। ଏହାର ଶୁଣାଣି କରି ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ।
ଏହି ମାମଲା ଉପରେ ଶୁଶାଣି କରି ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଆବେଦନକୁ ଖାରଜ କରି କହିଛନ୍ତି, "ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ କି ନାହିଁ, ତାହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ଅଦାଲତରେ କେବେ କେଉଁଠି ରାଷ୍ଟ୍ରପତି ଶାସନ କିମ୍ବା ରାଜ୍ୟପାଳଙ୍କ ନିୟମ କୋର୍ଟ ଦ୍ୱାରା ଲାଗୁ ହେବାର ଦେଖିଛନ୍ତି କି?"
ଜଣେ ମୁଖ୍ୟମନ୍ତ୍ରୀ କେଉଁଠୁ କେମିତି ଶାସନ କରିବେ, ତାହା ତାଙ୍କର ବ୍ୟକ୍ତିଗତ ଆହ୍ୱାନ। ଏହା ମଧ୍ୟ କେଜ୍ୱିୱାଲଙ୍କ ନିଷ୍ପତ୍ତି। ବେଳେବେଳେ ବ୍ୟକ୍ତିଗତ ସ୍ୱାର୍ଥକୁ ରାଷ୍ଟ୍ରୀୟ ସ୍ୱାର୍ଥ ଅଧୀନରେ ରଖିବାକୁ ପଡିବ। ଗଣତନ୍ତ୍ରକୁ ତା ବାଟରେ ଚାଲିବାକୁ ଦିଅନ୍ତୁ ବୋଲି କହିବା ସହ ଆବେଦନକାରୀଙ୍କୁ ସାମ୍ବାଧାନିକ କର୍ତ୍ତୃପକ୍ଷଙ୍କ ନିକଟକୁ ଯିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି।
Powered by Froala Editor