୧୦ ବର୍ଷ ଡେଟ୍ ପରେ ମାଥିୟାସ୍ଙ୍କୁ ବିବାହ କଲେ ତାପସୀ
ପ୍ରେମିକ ମାଥିୟାସ ବୋଏଙ୍କୁ ବିବାହ କଲେ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ। ତେବେ ବିବାହ ପ୍ରସଙ୍ଗରେ ତାପସୀ କୌଣସି ପ୍ରତିକ୍ରିୟା ରଖିନଥିବାରୁ ଖବରକୁ ନେଇ ଦ୍ବନ୍ଦ୍ବ ରହିଥିଲା। ଏବେ ତାଙ୍କ ବିବାହର ଭିଡିଓ ଭାଇରାଲ ହେବା ପରେ ସେ ବିବାହ କରିଥିବା ନେଇ ସ୍ପଷ୍ଟ ହୋଇଛି।
ଲାଲ ରଙ୍ଗର ଅନରକଲି ଡ୍ରେସ। ହାତରେ ଚୂଡା ସାଙ୍ଗକୁ କଲିରେ। ଆଉ ମୁହଁରେ କଳା ଚଷମା। ବେଶ୍ ଷ୍ଟାଇଲିସ ଅନ୍ଦାଜରେ ବଧୂ ବେଶରେ ସଜେଇ ହୋଇଛନ୍ତି ତାପସୀ। ସୁପରହିଟ୍ ପଞ୍ଜାବୀ ଗୀତର ତାଳେ ତାଳେ ନାଚି ନାଚି ମଣ୍ଡପକୁ ଏଣ୍ଟ୍ରି କରୁଛନ୍ତି ତାପସୀ। ସେପଟେ ଧଲା ଶେରଓ୍ୱାନୀ ପିନ୍ଧି ତାପସୀଙ୍କୁ ଚାହିଁ ରହିଛନ୍ତି ବୟଫ୍ରେଣ୍ଡ ମାଥିୟାସ । ବିବାହ ବେଳର ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି।
ପୂର୍ବରୁ ଦୁହିଁଙ୍କ ବିବାହ ଖବର ସାମ୍ନାକୁ ଆସିଥିଲେ ବି ଦୁହେଁ ଏନେଇ କୌଣସି ପ୍ରତିକ୍ରିୟା ରଖିନଥିଲେ। ଏବେ ସେମାନଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ଦୁହେଁ ବିବାହ କରିଥିବା ସ୍ପଷ୍ଟ ହୋଇଛି।
୨୦୧୩ରେ ହୋଇଥିବା ଇଣ୍ଡିଆନ ବ୍ୟାଡମିଂଟନ ଲିଗ ଅବସରରେ ଡେନମାର୍କର ଅଲିମ୍ପିକ ପଦକ ବିଜେତା ମାଥିୟାସ ବୋଏଙ୍କୁ ତାପସୀ ଭେଟିଥିଲେ । ଏହାପର ଠାରୁ ଦୁହିଁଙ୍କ ବନ୍ଧୁତା ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା। ଦୀର୍ଘ ୧୦ବର୍ଷ ଧରି ତାପସୀ ଓ ବୋଏ ଡେଟିଂ କରିବା ପରେ ଶେଷରେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ।
Powered by Froala Editor