୪୦:୩୦:୩୦ ଫର୍ମୁଲାରେ ପ୍ରକାଶ ପାଇବ ସିବିଏସ୍ଇ ଦ୍ୱାଦଶ ରେଜଲ୍ଟ
ଖୁବ୍ ଶୀଘ୍ର ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେଶନ ବା (ସିବିଏସ୍ଇ) ତାର ଦ୍ୱାଦଶ ପରୀକ୍ଷା ଫଳ ଅଫିସିଆଲ ୱେବସାଇଟ୍ରେ ପ୍ରକାଶ କରିବାର ତାରିଖ ଘୋଷଣା କରିବ । ତା ପୂର୍ବରୁ ସିବିଏସଇ ଦ୍ୱାଦଶ ମୂଲ୍ୟାୟନ ପଦ୍ଧତିର ରୂପରେଖ କିପରି କରାଯିବ ସେ ନେଇ ସୂଚନା ଦେଇଛି। ସିବିଏସ୍ଇ ପକ୍ଷରୁ ଜଷ୍ଟିସ ଏମଏ ଖାନୱିଲକର ଓ ଜଷ୍ଟିସ ଦୀନେଶ ମାହେଶ୍ୱରଙ୍କ ଖଣ୍ଡପୀଠକୁ କହିଛି ଯେ, ୪୦:୩୦:୩୦ ଅନୁଯାୟୀ ପିଲାମାନଙ୍କୁ ମାର୍କ ଦିଆଯିବ। ଦ୍ୱାଦଶ ଶ୍ରେଣୀର ପ୍ରି ବୋର୍ଡ ପରୀକ୍ଷାର ୪୦% ମାର୍କ, ଏକାଦଶର ୩୦ ଓ ୧୦ମ ଶ୍ରେଣୀର ୩୦% ମାର୍କକୁ ବିଚାରକୁ ନିଆଯାଇ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ଘୋଷଣା କରାଯିବ।
ଏହି ୩ ଶ୍ରେଣୀର ବେଷ୍ଟ ମାର୍କ ସହ ଆଉ ୧୦ ମାର୍କ ଯୋଡ଼ା ଯିବ। ପ୍ରାଟିକାଲ୍ସ ୧୦୦ ମାର୍କ ରହିବ ଓ ସ୍କୁଲ ଦାଖଲ କରିଥିବା ରିପୋର୍ଟ ଅନୁସାରେ ପିଲାମାନଙ୍କ ମାର୍କ ଧାର୍ଯ୍ୟ କରାଯିବ ବୋଲି ସିବିଏସ୍ଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛି।
ସିବିଏସ୍ଇ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ କହିଛନ୍ତି, ଯଦି କୌଣସି ଶିକ୍ଷାର୍ଥୀ ଏହି ଶ୍ରେଣୀର ମୂଲ୍ୟାୟନ ପରେ ପାସ୍ ହେବାକୁ ଯୋଗ୍ୟତା ହାସଲ କରିପାରିବେ ନାହିଁ, ତା'ହେଲେ ସେମାନଙ୍କୁ essential repeat" or "compartment" categoryରେ ରଖାଯିବ।
ସୂଚନାଥାଉ କି, ଦେଶରେ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଜୁନ୍ ୧ ତାରିଖ ଦ୍ୱାଦଶ ପରୀକ୍ଷା ଫଳ ନ କରିବା ପାଇଁ ସିବିଏସଇ ନିଷ୍ପତ୍ତି ନେଇଥିଲା। ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟିର ନିଷ୍ପତ୍ତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିଲା। ତେବେ କେମିତି ମୁଲ୍ୟାୟନ ହେବ ସେନେଇ ସିବିଏସଇକୁ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଥିଲା।
Powered by Froala Editor