ବିନା ସର୍ତ୍ତରେ କ୍ଷମା ମାଗିଲେ ରାମଦେବ, ଗ୍ରହଣ କଲେନି ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟରେ ବିନା ସର୍ତ୍ତରେ କ୍ଷମା ମାଗିଲେ ଯୋଗ ଗୁରୁ ବାବା ରାମଦେବ । ପତଞ୍ଜଳିର ବିଭ୍ରାନ୍ତିକରଣ ବିଜ୍ଞାପନ ପ୍ରକାଶନ ମାମଲାରେ ଆଜି ଯୋଗ ଗୁରୁ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ସୁପ୍ରିମକୋର୍ଟରେ ହାଜର ହୋଇ ବିନା ସର୍ତ୍ତରେ କ୍ଷମା ମାଗିଛନ୍ତି।
ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଆଜି ସୁପ୍ରିମକୋର୍ଟରେ ଯୋଗ ଗୁରୁ ରାମଦେବ ବାବା ଓ ପତଞ୍ଜଳିର ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣ ହାଜର ହୋଇଥିଲେ। ତେବେ ମାମଲାର ଶୁଣାଣି ସମୟରେ ଦୁହେଁ ସୁପ୍ରିମକୋର୍ଟରେ ବିନା ସର୍ତ୍ତରେ ହାତ ଯୋଡି କ୍ଷମା ମାଗିଥିବା ଜଣାପଡ଼ିଛି। ତେବେ ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରି ନାହାନ୍ତି।
ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ହିମା କୋହଲି ଏବଂ ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ ବାବା ରାମଦେବଙ୍କୁ କହିଛନ୍ତି, 'ଆପଣ ଯେତେ ବଡ଼ ହୁଅନ୍ତୁ ନା କାହିଁକି, ଆଇନ ଆପଣଙ୍କ ଉପରେ ଅଛି। ଆଇନର ଗୌରବ ଓ ଗରିମା ସର୍ବୋଚ୍ଚ ଅଟେ।'
ନଭେମ୍ବର ୨୧ରେ କୋର୍ଟର ନିର୍ଦ୍ଦେଶ ସତ୍ତ୍ୱେ ୨୪ଘଣ୍ଟା ମଧ୍ୟରେ ରାମଦେବ, ବାଲକୃଷ୍ଣା ଏବଂ ପତଞ୍ଜଳି ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏପଟେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିଲା ଏବଂ ସେପଟେ ପତଞ୍ଜଳି ବିଜ୍ଞାପନ ଛାପି ଚାଲିଥିଲା। ଆପଣ କିପରି ଆଇନ ଉଲ୍ଲଂଘନ କଲେ ...? ଆପଣ କୋର୍ଟକୁ ଆଫିଡେଭିଟ୍ ଦେବା ପରେ ମଧ୍ୟ ନିୟମ ଉଲ୍ଲଂଘନ କରିଛନ୍ତି। ଏଭଳି ଭୁଲ ପାଇଁ କେବଳ କ୍ଷମା ପ୍ରାର୍ଥନା ଯଥେଷ୍ଟ ନୁହେଁ। ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ସୁପ୍ରିମକୋର୍ଟ କଡା ଭାଷାରେ କହିଛନ୍ତି। ଏହା ସମ୍ପୂର୍ଣ୍ଣ ଅମାନ୍ୟ, କେବଳ ସୁପ୍ରିମକୋର୍ଟ ନୁହେଁ ଦେଶର ସମସ୍ତ ଅଦାଲତ ଦେଇଥିବା ପ୍ରତ୍ୟେକ ଆଦେଶକୁ ସମ୍ମାନ ଦିଆଯିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
Powered by Froala Editor