୨୧ ଲକ୍ଷ ଟଙ୍କା ଓ ଫର୍ଚ୍ୟୁନର କାର୍ ପାଇଁ ବୋହୂକୁ ମାରିଦେଲେ
ସମାଜ ଯେତେ ଉନ୍ନତ ହେଉନା କାହିଁକି ଯୌତୁକ ଜୁଇରେ ସବୁବେଳେ ଝିଅଟିଏ ହିଁ ପୀଡିତ ଥାଏ । ପୁଣି ସେଭଳି ଏକ ଦଃୁଖଦ ଘଟଣା ସାମନାକୁ ଆସିଛି ଦିଲ୍ଲୀ ନୋଏଡା ଅଞ୍ଚଳରୁ । ଏକ ଫର୍ଚ୍ୟୁନର କାର୍ ପାଇଁ ବୋହୂକୁ ମାରିଦେଇଥିବା ଅଭିଯୋଗ ହୋଇଛି ।
ଡିସେମ୍ବର ୨୦୨୨ରେ ବିକାଶ କରିଶ୍ମାଙ୍କ ଖୁବ ଧୁମ୍ଧାମରେ ହୋଇଥିଲା ବିବାହ। କରିଶ୍ମା ବିକାଶଙ୍କ ପରିବାର ସହିତ ଗ୍ରେଟର ନୋଏଡାର ଇକୋଟେକ୍ -୩ର ଖେଡ଼ା ଚାଉଗାନପୁର ଗ୍ରାମରେ ରହୁଥିଲେ। ବିବାହ ସମୟରେ କରିଶ୍ମାଙ୍କ ଘର ଲୋକେ ବିକାଶଙ୍କୁ ନଗଦ ୧୧ ଲକ୍ଷ ଟଙ୍କା ଓ ଏକ ଏସ୍ୟୁଭି କାର୍ ମଧ୍ୟ ଦେଇଥିଲେ।
ତେବେ କିଛି ଦିନ ପରେ ବିକାଶଙ୍କ ପରିବାର ଅଧିକ ଯୌତୁକ ଦାବି କରି ଆସୁଥିଲେ। ଏକ ଫର୍ଚ୍ୟୁନର କାର୍ ସାଙ୍ଗକୁ ନଗଦ ୨୧ ଲକ୍ଷ ଟଙ୍କା ମାଗୁଥିଲେ। ଏଥିପାଇଁ ତାଙ୍କୁ ଶାରୀରିକ ତଥା ମାନସିକ ନିର୍ଯାତନା ଦେଉଥିଲେ। ତେବେ ଯୌତୁକ ଦାବି ପୂରଣ ନହେବାରୁ କରିଶ୍ମାଙ୍କୁ ତାଙ୍କ ସ୍ୱାମୀ ବିକାଶ ଓ ଶାଶୁ ଘର ଲୋକେ ମିଶି ପିଟି ପିଟି ଜୀବନରେ ମାରିଦେଇଥିବା ଭାଇ ଦୀପକ ପୁଲିସରେ ଅଭିଯୋଗ କରିଛନ୍ତି। ପୁଲିସ ବିକାଶ ଓ ତାଙ୍କ ବାପାଙ୍କୁ ପୁଲିସ ଗରିଫ କରି ତଦନ୍ତ ଜାରି ରଖିଛି।
Powered by Froala Editor