ସନ୍ଧ୍ୟାବତୀ ପ୍ରଧାନ ଛାଡ଼ିଲେ ବିଜେଡି
ଭୁବନେଶ୍ୱର: ନିର୍ବାଚନୀ ମାହୋଲ ଭିତରେ ନେତାଙ୍କ ଦଳ ଛାଡ଼ିବା ପ୍ରକ୍ରିୟା ଜାରି ରହିଛି । ଓଡ଼ିଶାରେ ଏବେ ରାଜନୈତିକ ଡିଆଁ ପର୍ବ ଚାଲିଛି। ଏହାରି ଭିତରେ ପୁଣି ଜଣେ ବିଜେଡି ଛାଡ଼ିଛନ୍ତି । ସେ ହେଉଛନ୍ତି ସନ୍ଧ୍ୟାବତୀ ପ୍ରଧାନ । ପୂର୍ବତନ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ନିଜର ଇସ୍ତଫାପତ୍ରକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି ।
ଉକ୍ତ ଇସ୍ତଫାପତ୍ରରେ ସନ୍ଧ୍ୟାବତୀ ଉଲ୍ଲେଖ କରିଛନ୍ତି ଯେ ଆମ କଥା ଆପଣଙ୍କ ନିକଟରେ ପହଞ୍ଚିପାରୁନାହିଁ । ବ୍ୟକ୍ତିଗତ ସ୍ୱାର୍ଥଥିବା କିଛି ଗୋଷ୍ଠୀ ଆପଣଙ୍କୁ ଘେରି ରହୁଛନ୍ତି । ଉକ୍ତ ଗୋଷ୍ଠୀ ଘେରି ରହୁଥିବାରୁ ଆମ କଥା ଆପଣଙ୍କ ପାଖରେ ପହଞ୍ଚି ପାରୁନାହିଁ । ଆମ ଅଭିଯୋଗ ଓ ପରାମର୍ଶ ଶୁଣିବାକୁ ଆପଣଙ୍କ ଦ୍ୱାର ପୂରା ବନ୍ଦ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ସନ୍ଧ୍ୟାବତୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।
Powered by Froala Editor