ପିଆଜ ବୋଝେଇ ଟ୍ରକ୍ରେ ଲଗିଲା ନିଆଁ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଏକ ପିଆଜ ବୋଝେଇ ଟ୍ରକ୍ରେ ନିଆଁ ଲାଗିଯାଇଛି। ଆଜି ସକାଳେ ପିଆଜ ବୋଝେଇ ଟ୍ରକ୍ଟି ନାସିକରୁ କୋଲକତା ଅଭିମୁଖେ ଯାଉଥିଲା। ବାଙ୍ଗିରିପୋଷି ଘାଟି ନିକଟରେ ଟ୍ରକ୍ରେ ନିଆଁ ଲାଗି ଯାଇଥିଲା। ୨ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛନ୍ତି। ବିଶୋଇ ଥାନା ପୁଲିସ ଓ ବାଙ୍ଗିରିପୋଷି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଟ୍ରକରେ ନିଆଁ ଲାଗିବା ପରେ ସେହି ରାସ୍ତାରେ ଗାଡ଼ିଚଳାଚଳ ଠପ୍ ହୋଇଯାଇଛି। ସୁବଠାରୁ ବଡ଼ କଥା ହେଉଛି ଯେ ଟ୍ରକ୍ ଡ୍ରାଇଭରଙ୍କ ପତ୍ତା ମିଳୁନି। ଟ୍ରକ ଭିତରେ ଡ୍ରାଇଭର ରହିଯାଇ ଥିବା ଅନୁମାନ କରାଯାଉଛି।
Powered by Froala Editor