ଜନ୍ମଦିନ କେକ୍ ନେଇଗଲା ୧୦ ବର୍ଷ ଝିଅର ଜୀବନ
ଜନ୍ମଦିନରେ ଚାଲିଗଲା ୧୦ ବର୍ଷୀୟ ନାବାଳିକାର ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ପଞ୍ଜାବ ପଟିଆଲାରେ। ନାବାଳିକା ସମେତ ତାଙ୍କର ସମସ୍ତ ପରିବାର ଏବଂ ସାନ ଭଉଣୀ ମଧ୍ୟ ଫୁଡ୍ ପଏଜନିଂର ଶିକାର ହୋଇଥିଲେ।
ନାବାଳିକାଙ୍କର ଜେଜେ ମା’ କହିଛନ୍ତି ଯେ ପରିବାର ଲୋକ ୧୦ ବର୍ଷୀୟ ଝିଅର ଜନ୍ମଦିନରେ ଅନଲାଇନରୁ ଆସିଥିବା କେକ ବେଶ ହସଖୁସିରେ କାଟି ଥିଲେ। ନିକଟସ୍ଥ ଏକ ବେକେରିରୁ ସେମାନେ କେକ୍ ଅର୍ଡର କରିଥିଲେ। କିନ୍ତୁ ଏହି କେକ ସେମାନଙ୍କ ସୁନାର ସଂସାରକୁ ଭାଙ୍ଗି ଚୂରମାର କରି ଦେଇଛି। କେକ ଖାଇବା ପରେ ଚାଲି ଯାଇଛି ୧୦ ବର୍ଷୀୟ ଝିଅର ଜୀବନ। ତାଙ୍କ ସାନ ଉଭଣୀ ସମେତ ପରିବାର ସବୁ ସଦସ୍ୟ କେକ୍ ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିଲେ।
ମାର୍ଚ୍ଚ ୨୪ ରେ ପ୍ରାୟ ୭ ଟା ସମୟରେ ସେ କେକ୍ କାଟିଥିଲେ, ସେହି ଦିନ ରାତି ୧୦ ଟା ସୁଦ୍ଧା ସମଗ୍ର ପରିବାର ଅସୁସ୍ଥ ହୋଇପଡିଥିଲେ ବୋଲି ତାଙ୍କ ଜେଜେବାପା ହରବାନ୍ ଲାଲ କହିଛନ୍ତି। ପରିବାର ଅଭିଯୋଗ କରିଛନ୍ତି ଯେ ‘କେକ୍ ଖାନା’ରୁ ଆଣିଥିଲେ, ଚକୋଲେଟ୍ କେକରେ କିଛି ବିଷାକ୍ତ ପଦାର୍ଥ ରହିଥିଲା। ବେକେରୀ ମାଲିକଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଛି।
Powered by Froala Editor