ଚମକିଲା ଆଲିଆଙ୍କ ୨୦ କୋଟିର ହାର
୨୦କୋଟିର ହୀରା ଅଳଙ୍କାର ପିନ୍ଧି ‘ହୋପ୍ ଗାଲା’ ଇଭେଣ୍ଟରେ ସାମିଲ ହେଲେ ଆଲିଆ। ସେ ସଲାମ ବମ୍ବେ ଫାଉଣ୍ଡେସନ ମାଧ୍ୟମରେ ପିଲାମାନଙ୍କ ପାଇଁ ଆର୍ଥିକ ସାହାଯ୍ୟ ପାଇଁ ଏହି ଇଭେଣ୍ଟରେ ଭାଗ ନେଇଥିଲେ।
ଇଭେଣ୍ଟରୁ ଆଲିଆ ଭଟ୍ଟଙ୍କ ଦୁଇଟି ଲୁକ୍ ଭାଇରାଲ ହେବାରେ ଲାଗିଛି। ଗୋଟାଏ ଫଟୋରେ ସେ ଶାଢ଼ି ପିନ୍ଧିଥିବା ବେଳେ ଅନ୍ୟ ଏକ ଫଟୋରେ ସେ ଏକ ଲମ୍ବା ଗାଉନ୍ ପିନ୍ଧିଥିବା ଦେଖାଯାଇଛି। ଗାଉନ୍ ସହ ସେ ଯେଉଁ ହାର ଓ ମୁଦି ପିନ୍ଧିଛନ୍ତି, ତାହାର ମୂଲ୍ୟ ୨୦କୋଟି ବୋଲି ଜଣାପଡ଼ିଛି।
ରିପୋର୍ଟ ଅନୁଯାୟୀ, ଇଟାଲୀଆନ ଅଳଙ୍କାର ଲେବଲର ହାର ଏବଂ ରିଙ୍ଗର ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା। କାର୍ଯ୍ୟକ୍ରମରେ ଅଭିନେତ୍ରୀ ଆଲିଆ ଭାରତର ଅଭାବୀ ପିଲାମାନଙ୍କ ପାଇଁ କହିଥିଲେ, 'ମୁଁ ଏହି ପିଲାମାନଙ୍କର କାହାଣୀରେ ନୂଆ ରଙ୍ଗ ଦେବାର ଅଛି । ଏହା ସହ ସାହାଯ୍ୟ କରିବାରେ ଏକ ଛୋଟ ଭୂମିକା ଗ୍ରହଣ କରି ଖୁସି ଅଟେ। ଆଜି ଆମର ପ୍ରୟାସର ଆରମ୍ଭ ଚିହ୍ନିତ ହୋଇଛି ଏବଂ ଲୋକଙ୍କ ସହଯୋଗରେ ମୁଁ ନିଶ୍ଚିତ ଯେ ଭବିଷ୍ୟତ ପିଢିକୁ ସଶକ୍ତ କରିବାରେ ଆମେ ମହତ୍ଵପୂର୍ଣ୍ଣ ଭାବେ ଅଗ୍ରଗତି କରିବୁ। ' ଏହି କାର୍ଯ୍ୟକ୍ରମରେ ଭାରତୀୟ ଗାୟିକା ହର୍ଷଦୀପ କୌର ଗୀତ ଗାଇଥିଲେ । ଆଲିଆ ଏବଂ ହାସ୍ୟ ଅଭିନେତା ରୋହନ ଯୋଶୀଙ୍କ ମଧ୍ୟରେ ଏକ ମଜାଦାର ବାର୍ତ୍ତାଳାପ ମଧ୍ୟ ହୋଇଥିଲା ।
Powered by Froala Editor