ପୁଣି ରାଜନୀତିକୁ ଫେରିଲେ ଗୋବିନ୍ଦା: କହିଲେ, ବନବାସ ସରିଲା
![ପୁଣି ରାଜନୀତିକୁ ଫେରିଲେ ଗୋବିନ୍ଦା: କହିଲେ, ବନବାସ ସରିଲା](https://odishanewslens.com/news_gallery/28969_1711655984.jpg)
ଦୀର୍ଘ ଦିନ ପରେ ପୁଣି ଥରେ ରାଜନୀତିକୁ ଫେରିଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତା ଗୋବିନ୍ଦା। ଗୋବିନ୍ଦା ଗୁରୁବାର ଶିବସେନା ସିନ୍ଦେ ଗୋଷ୍ଠୀରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିବା ପରେ ସେ ଆନୁଷ୍ଠାନିକ ଭାବେ ସକ୍ରିୟ ରାଜନୀତିକୁ ଫେରିଆସିଛନ୍ତି।
ସେ ୨୦୦୪ ଲୋକସଭା ନିର୍ବାଚନ କଂଗ୍ରେସ ଟିକେଟରେ ଜିତିଥିଲେ। ସେ ୨୦୦୯ ଯାଏ ରାଜନୀତିରେ ବେଶ ସକ୍ରିୟ ଥିଲେ। କିନ୍ତୁ ୨୦୧୦ରୁ ୨୦୨୪ ଯାଏ ତାଙ୍କୁ ଆଉ ରାଜନୀତିରେ ଦେଖିବାକୁ ମିଳି ନଥିଲା। ହେଲେ ଚଳିତ ବର୍ଷର ଲୋକସଭା ନିର୍ବାଚନ ପୂର୍ବରୁ ସେ ରାଜନୀତିକୁ ଫେରିଛନ୍ତି।
ଆଗାମୀ ନିର୍ବାଚନରେ ଗୋବିନ୍ଦା ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଅନୁମାନ କରାଯାଉଛି। ସେ ଉତ୍ତର-ପଶ୍ଚିମ ମୁମ୍ବାଇରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ଅବସରରେ ସେ କହିଛନ୍ତି ଯେ ମୋତେ ଯେଉଁ ଦାୟିତ୍ୱ ମିଳିଛି, ମୁଁ ତାହାକୁ ସଚ୍ଚୋଟତାର ସହ ପାଳନ କରିବି। ସେ କହିଛନ୍ତି, “ମୋର ବନବାସ ଶେଷ ହୋଇଛି। ସିନ୍ଦେଜୀଙ୍କ ଅଧୀନରେ ଚାଲିଥିବା ରାମ ରାଜ୍ୟରେ ମୁଁ ପ୍ରବେଶ କରିଛି।”
Powered by Froala Editor