ରାମାୟଣ ପାଇଁ ତୀରନ୍ଦାଜ୍ ଶିଖୁଛନ୍ତି ରଣବୀର

ଆନିମଲର ବିପୁଳ ସଫଳତା ପରେ ରଣବୀର କପୁର ଏବେ ଫିଲ୍ମ ରାମାୟଣ ପାଇଁ ବିଶେଷ ପ୍ରସ୍ତୁତି ଜାରି ରଖିଛନ୍ତି । କଠିନ ପରିଶ୍ରମ କରୁଛନ୍ତି । ତାଙ୍କୁ ଏହି ଫିଲ୍ମରେ ପ୍ରଭୁ ଶ୍ରୀ ରାମଙ୍କ ଭୂମିକାରେ ଦେଖିବାକୁ ମିଳିବ ।
ତେବେ ସୋସିଆଲ ମିଡିଆରେ ସେୟାର ହୋଇଥିବା ଫଟୋରେ ରଣବୀରଙ୍କୁ ତାଙ୍କ ଧନୁର୍ଦ୍ଧର ପ୍ରଶିକ୍ଷକଙ୍କ ସହ ଦେଖିବାକୁ ମିଳିଛି । ଏହି ଫଟୋକୁ X ରେ ସେୟାର କରାଯାଇଛି । ଫଟୋରେ ରଣବୀର ଧନୁର୍ଦ୍ଧର ପ୍ରଶିକ୍ଷକଙ୍କ ସହ ପୋଜ୍ କରୁଥିବା ଦେଖିବାକୁ ମିଳିଛି । ଏହା ସହ ଗୋଟିଏ ଫଟୋରେ ଟେବୁଲ ଉପରେ ରଖାଯାଇଥିବା କିଛି ତୀର ମଧ୍ୟ ଦେଖିବାକୁ ମିଳିଛି । ଏହି ସମସ୍ତ ଫଟୋ ଦେଖି ଅନୁମାନ କରାଯାଉଛି ଯେ ଏହା ତାଙ୍କ ଫିଲ୍ମ 'ରାମାୟଣ' ପାଇଁ ଏକ ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଛି, କାରଣ ପ୍ରଭୁ ଶ୍ରୀ ରାମଙ୍କ ଭୂମିକା ପାଇଁ ତାଙ୍କୁ ତୀରନ୍ଦାଜି ଶିଖିବା ଅତ୍ୟନ୍ତ ଜରୁରୀ ହୋଇଥାଏ ।
ସୂଚନା ମୁତାବକ, ଫିଲ୍ମରେ ରଣବୀର ପ୍ରଭୁ ଶ୍ରୀ ରାମଙ୍କ ଭୂମିକାରେ ଅଭିନୟ କରୁଥିବାବେଳେ ଅଭିନେତ୍ରୀ ସାଇ ପାଲ୍ଲାଭି ମାତା ସୀତାଙ୍କ ଭୂମିକାରେ ନଜର ଆସିବେ।
Powered by Froala Editor