ତମାଖୁ ସେବନ ପାଇଁ ମୁନାୱାରଙ୍କୁ ଧରିଲା ପୋଲିସ

'ବିଗ୍ ବସ୍ ୧୭' ବିଜେତା ତଥା ହାସ୍ୟ ଅଭିନେତା ମୁନାୱାର ଫାରୁକି ପୁଣି ଥରେ ବିବାଦରେ ଫସି ଯାଇଛନ୍ତି। ମୁମ୍ବାଇର ଏକ ହୁକା ପାର୍ଲରରେ ବେଆଇନ ଜିନିଷ ଖାଉଥିବା ବେଳେ ମୁନାୱାର ଫାରୁକି ଧରାପଡିଛନ୍ତି । ଯାହା ଫଳରେ ଦକ୍ଷିଣ ମୁମ୍ବାଇର ହୁକା ପାର୍ଲର ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଖବର ଅନୁଯାୟୀ ହୁକା ବାରରେ ତମାଖୁ ସେବନ ସମ୍ପର୍କରେ ପୋଲିସ ସୂଚନା ପାଇଥିଲା। ଏହା ପରେ ଫୋର୍ଟ ଅଞ୍ଚଳରେ ଅବସ୍ଥିତ ହୁକା ବାର ଉପରେ ପୋଲିସ ଚଢାଉ କରିଥିଲା । ଯେଉଂଠାରେ ମୁନାୱାରଙ୍କ ସମେତ ଅନେକ ଲୋକଙ୍କୁ ଅଟକ ରଖିଥିଲା ପୋଲିସ।
ସୂଚନାନୁସାରେ, ମୁମ୍ବାଇର ଫୋର୍ଟ ଅଞ୍ଚଳରେ ଏକ ବେଆଇନ ହୁକା ବାର ଚାଲୁଥିଲା। ପୋଲିସର ଚଢାଉ ବେଳେ ହୁକା ବାରରୁ ୪,୪୦୦ ନଗଦ ଟଙ୍କା ଏବଂ ପ୍ରାୟ ୧୩,୦୦୦ ଟଙ୍କା ମୂଲ୍ୟର ୯ ଟି ହୁକା ପଟ୍ ଜବତ କରାଯାଇଛି। ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଅଧିନିୟମ ବିଭାଗ ଅଧୀନରେ ପୋଲିସ ଏକ ମାମଲା ରୁଜୁ କରିଛି। ତେବେ ଏହା ଏକ ଜାମିନଯୋଗ୍ୟ ଅପରାଧ, କିନ୍ତୁ ପୋଲିସ ଏକ ନୋଟିସ ଦେଇ ମୁନାଓ୍ଵର ଫାରୁକିଙ୍କୁ ଯିବାକୁ ଦେଇଥିଲା । ବର୍ତ୍ତମାନ ଏମଆରଏ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ଏବଂ ଏହାକୁ ନେଇ ଅଧିକ ତଦନ୍ତ ଚାଲିଛି ।
Powered by Froala Editor